ଶୁଣୁନି ପ୍ରଶାସନ, ତାତିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 3, 2019

ଶୁଣୁନି ପ୍ରଶାସନ, ତାତିଲେ ମହିଳା

ସୋନପୁର(ରବୀନ୍ଦ୍ର ହୋତା): ଦେଶୀ ମଦ ଭାଟି ବନ୍ଦ କରିବାକୁ ବାରମ୍ବାର ପ୍ରଶାସନ ନିକଟରେ କରିଥିବା  ଗୁହାରୀ କାମ ଦେଲାନି। ଶେଷରେ ରାସ୍ତାକୁ ଓହ୍ଲାଇଲେ ମହିଳା। ତେଜିଲା ମଦ ବିରୋଧୀ ଆନ୍ଦୋଳନ। ପ୍ରଶାସନ ବିରୋଧରେ ଗର୍ଜିଲେ ମହିଳା। ଗାଁରେ ମଦୁଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ପ୍ରଶାସନ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣିଛନ୍ତି ମହିଳାମାନେ। ଏନେଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ମରଡାଗୋଚ୍ଛା ଗାଁର ମହିଳା  ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

ଗତକାଲି ଗ୍ରାମର ମହିଳାମାନେ ସୋନପୁର ବ୍ଲକ ଛକରୁ ଏକ ବିକ୍ଷୋଭ ରାଲିରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମଦ ଭାଟି ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ପାଖରେ ଦାବି କରିଥିଲେ । ଗାଁରେ ମଦ ଭାଟି ହେବା ଦ୍ୱାରା ମଦୁଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାକୁ ଲାଗିଛି ।  ଫଳରେ ମହିଳାମାନେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି ।

ବିଶେଷ କରି ଗାଁର ବେକାର ଯୁବକ ଓ ବ୍ୟକ୍ତିମାନେ ମଦ ପିଇ ଘରେ ମଧ୍ୟ ଅତ୍ୟାଚାର କରୁଛନ୍ତି । ମଦୁଆଙ୍କ ସଂଖ୍ୟା ବଢିବା ଦ୍ୱାରା ଗାଁରେ ମଧ୍ୟ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତୁରନ୍ତ ଗାଁରେ ଥିବା ଦେଶି ଭାଟି ବନ୍ଦ କରା ନଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ ମହିଳାମାନେ ।



from Odisha Reporter https://ift.tt/2YevkyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages