ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଣି ଅଲୋଡ଼ା ଶିଶୁ କନ୍ୟା। ଏଥର ମାଲକାନଗିରି ସଦର ମହକୁମାସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ନିକଟରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଯାହାକି ଅତ୍ୟନ୍ତ ହୃହୟସ୍ପର୍ଶୀ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ଡାକ୍ତରଖାନା ପରିସରରେ ଥିବା ଲୋକେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାସହ ପୁଲିସ୍କୁ ମଧ୍ୟ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।
ତେବେ ଶିଶୁକନ୍ୟାର ମୃତଦେହକୁ କିଏ ପକାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଶିଶୁକନ୍ୟାଟି ଜନ୍ମ ହେବା ପରେ ଡାକ୍ତରଖାନା ନିକଟସ୍ଥ କେଉଁ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ଯାହାକୁ ହୁଏତ କୁକୁର ଟାଣି ଆଣି ଡାକ୍ତରଖାନା ପରିସରରେ ପକାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/38WtIyM
No comments:
Post a Comment