ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନୂଆ ରୂପ ଦେଖିବାକୁ ମିଳିଛି। କଳା ଜଗତରେ ସେ ପାଦ ଥାପିଛନ୍ତି। ଆଉ ଗାଇଛନ୍ତି ଏକ ମନଛୁଆଁ ଗୀତ। ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବ୍ୟଙ୍ଗାତ୍ମକ ଗୀତରେ ସେ କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। ‘କେ ଓ୍ୱାନ୍ ଲାଇଭ୍’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଗୀତକୁ ତାରାଙ୍କ ସାଥିରେ ଗାୟିକା ମୋନାଲି ଗାଇଛନ୍ତି। ଖୁବ୍ଶୀଘ୍ର ଏହି ଗୀତ ଆଲବମ୍ ଆକାରରେ ବଜାରରେ ଉପଲବ୍ଧ ହେବ ବୋଲି ପ୍ରଯୋଜକଙ୍କ ତରଫରୁ କୁହାଯାଇଛି।
ଏନେଇ ତାରାପ୍ରସାଦ ବାହିନୀପତି କହିଛନ୍ତି, “ରାଜନୀତି ଗୋଟେ କଳା। ଆଉ ଗୀତ ଗାଇବା ଓ ନାଚିବା ବି ଗୋଟିଏ କଳା। ଯାହାଦେହରେ କଳା ଅଛି ସେ ନିଶ୍ଚିତ ଭାବରେ ଯେକୌଣସି ପରିସ୍ଥିତିରେ ମୁକାବିଲା କରିପାରିବ।”
ସେହିପରି ଗାୟିକା ସୋନାଲି କହିଛନ୍ତି, “ଏହି ଗୀତ ଗାଇବାକୁ ବେଶୀ ଉତ୍ସାହିତ ଥିଲି। ଭାଲୁ ଅଙ୍କଲ୍ଙ୍କ ସହ ଗାଇ ବହୁତ ଭଲ ଲାଗିଲା। ମଜା କରି ଆମେ ଗୀତ ଗାଇଛୁ।”
from Odisha Reporter https://ift.tt/39flMsm
No comments:
Post a Comment