ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଶୀତରେ ପ୍ରକୋପ ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ କେତେକ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଆହୁରି ୨ ଦିନ ସ୍ଥିତି ଏପରି ଅସମ୍ଭାଳ ରହିବ। ଆଉ ଏହାପରେ ଜାନୁଆରୀ ପହିଲାରୁ ଉତ୍ତର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଏ ସମ୍ପର୍କରେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ୧ ତାରିଖ ଯାଏ ଶୀତ ଲହରି ଲାଗି ରହିବ। ୧ ଓ ୨ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର,ଓ ଦେବଗଡ଼ରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ।
ସେହିପରି ୨ ତାରିଖରେ ଉତ୍ତର ଓଡ଼ିଶାର କେତେକ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଏହାପରେ ୩ ତାରିଖରୁ ପୁଣି ଥଣ୍ଡାର କୋପ ବଢ଼ିବ।
ୱେଷ୍ଟର୍ଣ୍ଣ ଡିଷ୍ଟରବାନସ୍ ଯୋଗୁ ବର୍ଷାର ସମ୍ଭାବନା ରହିଥିବା ଜଣାଯାଇଛି। ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଛି। ଏହା ପ୍ରଭାବରେ ୧ ଓ ୨ ତାରିଖରେ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
from Odisha Reporter https://ift.tt/2Q5PxEy
No comments:
Post a Comment