କୁହୁଡ଼ି ହେଲା କାଳ, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

କୁହୁଡ଼ି ହେଲା କାଳ, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ନୋଏଡ଼ା: ଥଣ୍ଡା ସାଙ୍ଗକୁ କୁହୁଡ଼ି ମୃତ୍ୟୁର କାରଣ ସାଜିଛି। ରାଜଧାନୀ ଦିଲ୍ଲୀରେ ଥିବା ଗ୍ରେଟର ନୋଏଡାରେ ଏହି କାରଣ ପାଇଁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ଏକ କାରରେ ପରିବାରର ଲୋକ ଯାଉଥିବା ବେଳେ ଏକ କେନାଲ ତଳକୁ ଖସି ପଡ଼ିଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କାରରେ ମୋଟ ୧୧ ଜଣ ଥିଲେ।

ଗାଡ଼ିର ବେଗ ଅଧିକ ଥିଲା। କୁହୁଡ଼ି ପାଇଁ ରାସ୍ତା ଭଲ ଭାବରେ ଦେଖିପାରିନଥିଲା ଚାଳକ। ଫଳରେ କେନାଲ ତଳକୁ ଖସି ପଡ଼ିଛି। ମାରୁତି ସୁଜୁକିର ଏରଟିଗା କାରରେ ଗୋଟିଏ ପରିବାରର ୧୧ ଜଣ ନୋଏଡାର ସମ୍ଭଲରୁ ଦିଲ୍ଲୀ ଆସୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଛି। ଗତକାଲି ରାତି ୧୧ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଡାକ୍ତର ୬ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି। ୫ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ସେ କହିଛନ୍ତି।

ପ୍ରାଥମିକ ତଦନ୍ତରୁ କୁହୁଡି ପାଇଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି। ଦୁଇଟି ଗାଡ଼ିରେ ଦୁର୍ଘଟଣାର ଶିକାର ହୋଇଥିବା ପରିବାର ଲୋକେ ଦିଲ୍ଲୀ ଆସୁଥିଲେ। ଦ୍ୱିତୀୟ କାରଟି ଏରଟିଗା ପଛରେ ଆସୁଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ବେଳେ ଆଉ ୪ ଜଣଙ୍କ ବୟସ ୩୦ରୁ ଅଧିକ ରହିଛି ବୋଲି ପୁଲିସ କହିଛି।



from Odisha Reporter https://ift.tt/2suVOAw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages