ରଣବୀରଙ୍କ ସହ ଆଉ ଫିଲ୍ମ କରିବେନି ଦୀପିକା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ରଣବୀରଙ୍କ ସହ ଆଉ ଫିଲ୍ମ କରିବେନି ଦୀପିକା !

ମୁମ୍ବାଇ: ବି-ଟାଉନ୍‌ରେ ବର୍ତ୍ତମାନ ଜେନେରେସନ୍‌ରେ ଅନ୍ୟତମ ସୁପର୍‌ହିଟ୍‌ ଯୋଡ଼ି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ। ‘ଗୋଲିୟୋଁ କି ରାସଲୀଲା ରାମଲୀଲା’, ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ପରି ବ୍ଲକ୍‌ବଷ୍ଟର୍‌ ଫିଲ୍ମରେ ଏ ଦୁହେଁ ଏକାଠି କାମ କରିଛନ୍ତି। ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଥିଲା। ଆଗକୁ ଏହି ଯୋଡ଼ିକୁ କବୀର୍‌ ଖାନ୍‌ଙ୍କ ଫିଲ୍ମ ‘୮୩’ରେ ମଧ୍ୟ ଦେଖିବାକୁ ମିଳିବ। ରଣବୀର ଓ ଦୀପିକାଙ୍କ ଯୋଡ଼ିକୁ ଲୋକେ ପରଦା ଉପରେ ବେଶ୍ ପସନ୍ଦ କରନ୍ତି। ଏଥିସହ ଅସଲ ଜୀବନରେ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ସମସ୍ତେ ଖୁବ୍‌ ପସନ୍ଦ କରନ୍ତି। ହେଲେ ଏବେ ଖବର ଆସିଛି ଯେ ଦୀପିକା ଆଉ ରଣବୀରଙ୍କ ସହ ଫିଲ୍ମ କରିବେ ନାହିଁ। ଏହି ଖବର ନିଶ୍ଚିତ ଭାବେ ସେମାନଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ କରିବ।

ସୂଚନା ମୁତାବକ, ଦୀପିକାଙ୍କୁ ରଣବୀରଙ୍କ ସହ ୩ଟି ଫିଲ୍ମ ଅଫର୍ ମିଳିଥିଲା। ହେଲେ ଦୀପିକା ଏଗୁଡ଼ିକରେ କାମ କରିବେ ନାହିଁ ବୋଲି କହି ଦେଇଛନ୍ତି।  କିନ୍ତୁ କ’ଣ ପାଇଁ? ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଛି କି? ଦୁହିଁଙ୍କ ମଧ୍ୟରେ କିଛି ମନାନ୍ତର ହୋଇଛି କି? ବୋଧହୁଏ ଆପଣଙ୍କ ମନକୁ ପ୍ରଥମେ ଏହି ପ୍ରଶ୍ନଗୁଡ଼ିକ ଆସିଥିବ। ତେବେ ଅଧିକ ଭାବନ୍ତୁ ନାହିଁ। ଆମେ ଏହାର କାରଣ କହି ଦେଉଛୁ। କଥାଟା ହେଉଛି, ଦୀପିକା ଆଉ ନିଜର ରିୟଲ୍‌ ଲାଇଫ୍‌ ଯୋଡ଼ିକୁ ପରଦାରେ ବେଶୀ ଦେଖାଇବାକୁ ଚାହୁଁ ନାହାଁନ୍ତି। ତେଣୁ ସେ ରଣବୀରଙ୍କ ସହ ଫିଲ୍ମ କରିବା ପାଇଁ ମନା କରି ଦେଇଥିବା ଜଣାପଡ଼ିଛି।

ଫିଲ୍ମ ‘୮୩’ ଆସନ୍ତା ବର୍ଷ ଏପ୍ରିଲ୍‌ ମାସରେ ରିଲିଜ୍ ହେବ। ଯଦି ମିଳିଥିବା ଖବରଟି ସତ ହୁଏ, ତା’ହେଲେ ୟା ପରେ ଦର୍ଶକମାନେ ଆଉ ରଣବୀର ଓ ଦୀପିକାଙ୍କୁ ବଡ଼ ପରଦାରା ଏକାଠି ଦେଖି ପାରିବେ ନାହିଁ।



from Odisha Reporter https://ift.tt/2qYqSYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages