ଏନ୍‌କାଉଣ୍ଟରରେ ୧୭ ମୃତ ନକ୍ସଲ ନଥିଲେ, ୭ ବର୍ଷ ପରେ ଆସିଲା ତଦନ୍ତ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ଏନ୍‌କାଉଣ୍ଟରରେ ୧୭ ମୃତ ନକ୍ସଲ ନଥିଲେ, ୭ ବର୍ଷ ପରେ ଆସିଲା ତଦନ୍ତ ରିପୋର୍ଟ

ବିଜାପୁର: ୨୦୧୨ ମସିହା ଜୁନ୍‌ ୨୮ରେ ଛତିଶଗଡ଼ ପୁଲିସ୍‌ ଏନ୍‌କାଉଣ୍ଟରରେ ପ୍ରାଣ ହାରିଥିବା ୧୭ ଜଣ ବ୍ୟକ୍ତି ନକ୍ସଲ ନଥିଲେ ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ବିଜାପୁର ଜିଲ୍ଲା ସର୍କେଗୁଡ଼ାରେ ପୁଲିସ୍‌ର ଅପରେସନ୍‌ରେ ଏମାନେ ପ୍ରାଣ ହରାଇଥିଲେ। ୭ ବର୍ଷର ଶୁଣାଣି ଏବଂ ତଦନ୍ତ ପରେ ଜଷ୍ଟିସ୍‌ ବିଜୟ କୁମାର ଅଗ୍ରୱାଲ ବିଚାର ବିଭାଗୀୟ ତଦନ୍ତର ରିପୋର୍ଟ ମାସେ ତଳେ ଦାଖଲ ହୋଇଥିଲା। ଏବେ ଏହା ଲିକ୍‌ ହେବାରୁ ଏ ବିଷୟରେ ସୂଚନା ମିଳିଛି।

ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ମୃତ ବ୍ୟକ୍ତିମାନେ ନକ୍ସଲ ନୁହନ୍ତି। ଏମାନେ ନକ୍ସଲ ହୋଇଥିବା ବା ନିଜଆଡ଼ୁ ପ୍ରଥମେ ସୁରକ୍ଷା କର୍ମୀମାନଙ୍କ ଉପରକୁ ଗୁଳି ଚଲାଇଥିବା ନେଇ କୌଣସି ପ୍ରମାଣ ନାହିଁ। ଏହି ଘଟଣା ଘଟିବା ପରେ ଏହାକୁ ନେଇ ବିବାଦ ହେବାରୁ ତତ୍କାଳୀନ ବିଜେପି ସରକାର ଜଣିକିଆ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହାର ରିପୋର୍ଟ ବର୍ତ୍ତମାନ ଆସିଛି।

ଜଷ୍ଟିସ୍‌ ଅଗ୍ରୱାଲ ଅବସର ନେବା ଆଗରୁ ଏହି ରିପୋର୍ଟ ଦାଖଲ କରିଛନ୍ତି। ଶନିବାର ଦିନ ଏହା ଛତିଶଗଡ଼ କ୍ୟାବିନେଟ୍‌ ନିକଟରେ ଏବଂ ସୋମବାର ଦିନ ବିଧାନସଭା ଗୃହରେ ଏହା ଦାଖଲ ହୋଇଥିଲା। ତଦନ୍ତ କମିଶନ ଏହି ରିପୋର୍ଟରେ କହିଛନ୍ତି, ପୁଲିସ୍‌ ତଦନ୍ତରେ ତ୍ରୁଟି ରହିଥିଲା ଏବଂ ଏଥିରେ ହେର୍‌ଫେର୍‌ କରାଯାଇଥିଲା। ସେହି ସ୍ଥାନରେ ଗୁଳି ବିନିମୟ ହୋଇଥିବା ନେଇ ମଧ୍ୟ କମିଶନ୍‌ ସନ୍ଦେହ ପ୍ରକାଶ କରିଛନ୍ତି।

ମୃତ ଗ୍ରାମବାସୀଙ୍କ ପାଇଁ ଏହି ମାମଲା ପରିଚାଳନା କରୁଥିବା ଓକିଲ ଇଶା ଖଣ୍ଡେଲୱାଲ କହିଛନ୍ତି, “ଏହା ଗ୍ରାମବାସୀଙ୍କ ନ୍ୟାୟ ପାଇଁ ଲଢ଼େଇ ଥିଲା। ଶେଷରେ ନ୍ୟାୟ ମିଳିଥିବା ମନେହେଉଛି। ସୋଶାଲ ମିଡିଆରେ ଯଦିଓ ରିପୋର୍ଟ ଦେଖିଛି, ଏଯାଏ ଅଫିସିଆଲ ରିପୋର୍ଟ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇନାହିଁ।” ଏହି ରିପୋର୍ଟ ଆସିବାପରେ ଛତିଶଗଡ଼ର ବସ୍ତର ଅଞ୍ଚଳରେ କରାଯାଇଥିବା ଅନ୍ୟ ଏନ୍‌କାଉଣ୍ଟର ମାମଲାସବୁ ମଧ୍ୟ ସନ୍ଦେହ ଘେରକୁ ଆସିଥିବା କୁହାଯାଉଛି।



from Odisha Reporter https://ift.tt/2qiOEhS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages