ୱାଶିଂଟନ୍: ନିଜର ନିଆରା ଗୀତ ଓ ଷ୍ଟାଇଲ୍ ଦ୍ୱାରା ଦର୍ଶକଙ୍କୁ ଦିୱାନା କରିଥିବା ହଲିଉଡ୍ କଣ୍ଠଶିଳ୍ପୀ ଲେଡି ଗାଗା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। କିଛିଦିନ ପୂର୍ବରୁ ସଂସ୍କୃତ ଶ୍ଲୋକ ଟ୍ୱିଟ୍ କରି ସେ ଚର୍ଚ୍ଚା ସାଉଁଟିଥିଲେ। ଏବେ ତାଙ୍କର ଆଉ ଏକ ଟ୍ୱିଟ୍କୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଟ୍ୱିଟ୍ରେ ଲେଡି ଗାଗା କହିଛନ୍ତି ଯେ ସେ ଶେଷ ଥର ପାଇଁ କେବେ ଗାଧୋଇଥିଲେ, ତାହା ତାଙ୍କର ମନେ ନାହିଁ।
#LG6
my assistant: when’s the last time you bathed
me: i don’t remember— Lady Gaga (@ladygaga) December 19, 2019
ଲେଡି ଗାଗା ନିଜ ଆଗାମୀ ଆଲ୍ବମ୍ ‘ବ୍ୟାଡ୍ ରୋମାନ୍ସ’କୁ ନେଇ ବ୍ୟସ୍ତ ରହୁଛନ୍ତି। ଏହି କାମରେ ସେ ଏତେ ନିମଗ୍ନ ଅଛନ୍ତି ଯେ ଗାଧୋଇବାକୁ ବି ଭୁଲି ଯାଇଥିଲେ।
ଗତ ୧୯ ତାରିଖରେ ସେ କରିଥିବା ଟ୍ୱିଟ୍ରେ ଲେଖିଛନ୍ତି ଯେ ତାଙ୍କ ଆସିଷ୍ଟାଣ୍ଟ ତାଙ୍କୁ ଶେଷଥର ପାଇଁ କେବେ ଗାଧୋଇଥିଲେ ବୋଲି ପଚାରିଥିଲେ। ଏହା ଉତ୍ତରରେ ସେ କହିଥିଲେ ଯେ ମନେ ନାହିଁ।
ଏହା ପଢ଼ିବା ପରେ ଅନେକ ୟୁଜର ତାଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି।
from Odisha Reporter https://ift.tt/2SpjaCs
No comments:
Post a Comment