ପିଆଜ ପରେ ଆଳୁ ହେଲା ମହଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

ପିଆଜ ପରେ ଆଳୁ ହେଲା ମହଙ୍ଗା

ନୂଆଦିଲ୍ଲୀ: ପିଆଜ ଦର ବୃଦ୍ଧି ପାଇଁ ଖାଇବା ଥାଳିରୁ ପିଆଜ ଉଭାନ ରହିଛି। ଏବେ ଆଳୁର ଦାମ ମଧ୍ୟ ଦେଶର କିଛି ସହରରେ ବୃଦ୍ଧି ପାଇଛି। ଯଦିଓ ପିଆଜ ଭଳି ଦାମ ବଢ଼ିନି ତଥାପି ଦୁଇ ଗୁଣା ବୃଦ୍ଧି ପାଇଛି। ଯାହାକି ଲୋକଙ୍କ ଉପରେ ଏବେ ପ୍ରଭାବ ପକାଉଛି। ଦିଲ୍ଲୀ, କୋଲକାତା, ମୁମ୍ୱାଇ ଭଳି ବଡ଼ ବଡ଼ ସହରରେ ଆଳୁର ଦାମ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଏବେ ଆଳୁର ଦାମ ଦୁଇ ଗୁଣା ବୃଦ୍ଧି ପାଇଛି। ଏହି ସବୁ ସହରରେ ଆଳୁର ଦାମ କିଲୋ ପିଛା ୪୦ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ତେବେ ୧୦ ଦିନ ମଧ୍ୟରେ ଆଳୁ ଦର ନିୟନ୍ତ୍ରଣକୁ ଆସିବ ବୋଲି ସରକାର କହିଛନ୍ତି। ଏବେ ବଜାରକୁ ନୂଆ ଆଳୁ ପ୍ରବେଶ କରିବ ବୋଲି ସରକାର କହିଛନ୍ତି।

ଯୋଗାଣ ଓ ଉପଭୋକ୍ତା ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଅନେକ ସହରରେ ଆଳୁ ମହଙ୍ଗା ବିକ୍ରି ହେଉଛି। କିନ୍ତୁ ସେହି ସହରର ଅନେକ ସ୍ଥାନରେ ଆଳୁ କିଲୋ ପିଛା ୨୦ ଟଙ୍କା ଲେଖାଏଁ ବିକ୍ରି ହେଉଛି।

ସରକାରୀ ତଥ୍ୟ ଅନୁଯାୟୀ ୨୦୧୮ ମସିହା ଡିସେମ୍ୱର ୧୮ ବେଳେ ଦିଲ୍ଲୀରେ ପିଆଜ ଦାମ କିଲୋ ପିଛା ୧୮ ଟଙ୍କା, ମୁମ୍ୱାଇରେ ୨୭, କୋଲକାତାରେ ୧୨, ଚେନ୍ନାଇରେ ୨୧ ରହିଥିଲା।

ଚଳିତ ବର୍ଷ ନଭେମ୍ୱରର ୧୮ରେ ଆଳୁର ଦାମ ଦିଲ୍ଲୀରେ ୨୫, ମୁମ୍ୱାଇରେ ୨୮, କୋଲକାତାରେ ୨୦, ଚେନ୍ନାଇରେ ୨୮ ରହିଥିଲ।

ଡିସେମ୍ୱର ୧୮ ବେଳକୁ ଆଳୁର ଦାମ ବୃଦ୍ଧି ହୋଇ ଦିଲ୍ଲୀରେ ୩୨, ମୁମ୍ୱାଇରେ ୩୨, କୋଲକାତାରେ ୨୪, ଚେନ୍ନାଇରେ ୩୦ ଟଙ୍କା ରହିଛି।

ବ୍ୟବସାୟୀ ମାନେ କହିଛନ୍ତି, ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ଆଳୁ ଚାଷ ଅଧିକ ହୁଏ। କିନ୍ତୁ ଅଦିନିଆ ବର୍ଷା ଏବଂ ମୌସୁମୀ ପାଇଁ ଏହି ଫସଲରେ ଅନେକ କ୍ଷତି ହୋଇଛି। ବଜାରକୁ ନୂଆ ଆଳୁ ପ୍ରବେଶ କରିନଥିବାରୁ ମହଜୁତ ଥିବା ଆଳୁର ଦାମ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ପିଆଜର ଦାମ୍ ଏବେ ମଧ୍ୟ ଆକାଶ ଛୁଆଁ ରହିଛି। ପିଆଜ ଦର କିଲୋ ପିଛା ୨୦୦ରୁ କମି ଏବେ ୧୫୦ରୁ ୧୬୦ ମଧ୍ୟରେ ଅନେକ ସ୍ଥାନରେ ରହିଛି।



from Odisha Reporter https://ift.tt/35zFEo0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages