ବିମାନରେ ବିଜେପି ସାଂସଦଙ୍କ ମନମାନୀ, ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ବିମାନ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ବିମାନରେ ବିଜେପି ସାଂସଦଙ୍କ ମନମାନୀ, ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ବିମାନ କମ୍ପାନୀ

ଭୋପାଳ: ପୁଣି ଚର୍ଚ୍ଚାରେ ବିଜେପିର ଭୋପାଳ ସାଂସଦ ପ୍ରଜ୍ଞା ଠାକୁର। ମାଲେଗାଁଓ ବିସ୍ଫୋରଣ ଘଟଣାର ଏହି ଅଭିଯୁକ୍ତ ଚଳିତ ଥର କୌଣସି ବିବାଦୀୟ ମନ୍ତବ୍ୟ ନୁହେଁ ବରଂ ବିମାନରେ ନିଜର ମନମାନୀ ଜାହିର କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ଶନିବାର ସ୍ୱାଇସ ଜେଟ୍ ବିମାନ ବିରୋଧରେ ଅଭିଯୋଗ କରିବା ପରେ ଆଜି ସ୍ପାଇସ ଜେଟ୍ ବିମାନ କତ୍ତୃପକ୍ଷ ଜବାବ ରଖିଛି।

ଶନିବାର ଦିଲ୍ଲୀରୁ ଭୋପାଳ ୭୮ ଆସନ ବିଶିଷ୍ଟ ସ୍ପାଇସ ଜେଟ୍ ବିମାନରେ ପ୍ରଜ୍ଞା ଠାକୁର ଆସିଥିଲେ। ସେ ବିମାନର ଜରୁରୀକାଳୀନ ସିଟର ଆଗ ଧାଡ଼ିରେ ତାଙ୍କ ସିଟ୍ ପାଇଁ ଟିକେଟ କାଟିଥିଲେ। ହେଲେ ପ୍ରଜ୍ଞା ଠାକୁର ହ୍ୱିଲ୍ ଚେୟାରରେ ଆସିଥିବା ଦେଖି ବିମାନରେ ଥିବା କ୍ରିଉ ସଦସ୍ୟ ତାଙ୍କ ସିଟ୍ ଅନ୍ୟ ଏକ ସ୍ଥାନକୁ ବଦଳି କରିଦେଇଥିଲେ। ପ୍ରଜ୍ଞା ଠାକୁର ଅସୁସ୍ଥ ବ୍ୟକ୍ତି ହୋଇଥିବାରୁ ସୁରକ୍ଷା କାରଣରୁ ସେ ଜରୁରୀକାଳୀନ ସିଟର ଆଗ ଧାଡ଼ିରେ ବସିପାରିବେ ନାହିଁ ବୋଲି ବିମାନର କ୍ରିଉ ସଦସ୍ୟ କହିଥିଲେ। ଏହାକୁ ନେଇ ପ୍ରଜ୍ଞା ଠାକୁର ଅସନ୍ତୋଷ ପ୍ରକାଶ କରିଥିଲେ ଏମିତିକି ସେହି ସିଟରେ ବସିବେ ବୋଲି ଜିଦ୍ ଧରିଥିଲେ। ହେଲେ ବିମାନରେ ଥିବା ଯାତ୍ରୀମାନଙ୍କ ଅନୁରୋଧ କ୍ରମେ ସେ ତାଙ୍କ ସିଟ୍ ପରିବର୍ତ୍ତନ କରି ବସିଥିଲେ ବୋଲି ସ୍ପାଇସ୍ ଜେଟ୍ ଆଜି କହିଛି।

ତେବେ ଭୋପାଳରେ ବିମାନ ଅବତରରଣ କରିବା ପରେ କିଛି ସମୟ ପାଇଁ ବିମାନରୁ ପ୍ରଜ୍ଞା ଠାକୁର ଓହ୍ଲାଇନଥିଲେ। ଯାହାକୁ ନେଇ ବିମାନ କତ୍ତୃପକ୍ଷ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଭୋପାଳ ବିମାନବନ୍ଦର କତ୍ତୃପକ୍ଷଙ୍କ ପାଖରେ ସ୍ପାଇସଜେଟ୍ ବିମାନ ସଦସ୍ୟ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ସାଙ୍ଗକୁ ତାଙ୍କ ସିଟ୍ ହଠାତ୍ ବଦଳି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଭୋପାଳ ବିଜେପି ସାଂସଦ।



from Odisha Reporter https://ift.tt/2PMc359

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages