ମରାମତି ହେଉନି, ରାସ୍ତା ପାଲଟିଛି ମରଣଯନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 22, 2019

ମରାମତି ହେଉନି, ରାସ୍ତା ପାଲଟିଛି ମରଣଯନ୍ତା

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗୋରାମାଟି ପଞ୍ଚାୟତ ଦେଇ ଯାଇଥିବା ରାସ୍ତା ଉପରେ ୪ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ହେଲେ ୧୨ ବର୍ଷ ତଳେ ତିଆରି ହୋଇଥିବା ଏହି କଂକ୍ରିଟ୍ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅନେକ ସ୍ଥାନରେ କଂକ୍ରିଟ୍ ଧସି ଯାଇଥିବା ବେଳେ ଆଉ କିଛି କିଛି ସ୍ଥାନରେ ମେଟାଲ୍ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। କିଛି ସ୍ଥାନରେ ରାସ୍ତାଟି ଅଧାରୁ ଅଧିକ ନଈ ଆଡ଼କୁ ଧସି ଯାଇଛି। ଫଳରେ ରାସ୍ତାଟି ଆଉ ଯାତାୟତ ଉପଯୋଗୀ ହୋଇ ରହିନାହିଁ। ରାସ୍ତା ମରାମତି କରିବାକୁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ରାସ୍ତାଟି ଗୋରାମାଟି ପଞ୍ଚାୟତଠାରୁ ସାବରଙ୍ଗ ପର୍ଯ୍ୟନ୍ତ ଲମ୍ବିଛି। ଏହାର ଲମ୍ବ ଚାରି କିଲୋମିଟର। ୨୦୦୭ ମସିହାରେ ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ହୋଇଥିଲା। ତେବେ ରାସ୍ତାଟିର ମରାମତି କରାଯାଉ ନଥିବାରୁ ଏହା ଏବେ ମରଣାଯନ୍ତା ପାଲଟିଛି। ଏହି ରାସ୍ତାଦେଇ ୪ଟି ପଞ୍ଚାୟତ- ପାଳିଆ, ସାବରଙ୍ଗ, ନୂଆନନ୍ଦ ଓ ଗୋରାମାଟିର ପ୍ରାୟ ହଜାରେ ଲୋକ ପ୍ରତିଦିନ ଯାତାୟାତ କରନ୍ତି। ତେବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଯୋଗୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବିଶେଷ କରି ବର୍ଷା ଦିନେ ଏହି ରାସ୍ତାରେ ଯା’ଆସ କରିବା ଭାରି ମୁସ୍କିଲ୍ ହୋଇପଡ଼େ।

ଏହି ରାସ୍ତା ଦେଇ ଦୁଇଟି ମହାବିଦ୍ୟାଳୟ ଓ ୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯିବା ଆସିବା କରନ୍ତି। ତେବେ ରାସ୍ତା ଖରାପ ଯୋଗୁ ଯିବାଆସିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ପଡ଼ି ଛାତ୍ରଛାତ୍ରୀମାନେ ଖଣ୍ଡିଆ ଖାବରା ବି ହେଉଛନ୍ତି। ଏଠାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ବି ନାହିଁ। ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ଅରୁଣ କୁମାର ନାୟକ କହିଛନ୍ତି, “ଏହି ରାସ୍ତା ଉପରେ ଚାରିଟି ପଞ୍ଚାୟତର ଜୀବନଧାରା। ହେଲେ ଏବେ ଏହା ମରଣାଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ରାସ୍ତାର ମରାମତି ପାଇଁ ଆମେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛୁ। ହିଁ ହେବ କହୁଛନ୍ତି, ହେଲେ ଏର୍ଯ୍ୟନ୍ତ ରାସ୍ତା କାମ ହୋଇପାରୁ ନାହିଁ।”

ଆଉ ଜଣେ ସ୍ଥାନୀୟ ବାସିନ୍ଦା ରୀତା ମହାରଣା କହିଛନ୍ତି, “ନିର୍ବାଚନ ସମୟରେ ରାସ୍ତା ହେବ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ କେହି ରାସ୍ତା କାମ କରୁ ନାହାନ୍ତି। ରାସ୍ତାରେ ପାଣି କାଦୁଆ ଜମୁଥିବାରୁ ପିଲାମାନେ ବର୍ଷା ଦିନେ ସ୍କୁଲ ଯାଇପାରୁ ନାହାନ୍ତି। ରାତିରେ ଏହି ରାସ୍ତା ଦେଇ ଯିବାକୁ ଆମକୁ ଭୟ ଲାଗୁଛି। କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସଟିଏ ବି ଆସିପାରୁ ପାରୁ ନାହିଁ। ରୋଗୀକୁ ବୋହି ବୋହି କିଛି ବାଟ ନେବାକୁ ପଡୁଛି।”

ଏ ନେଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି, “ମୁଁ ନିର୍ବାଚନ ପ୍ରଚାର କରିବାକୁ ଗଲାବେଳେ ରାସ୍ତାର ଦୁରବସ୍ଥା ଦେଖିଥିଲି। ଏହି ନେଇ ମୁଁ ବିଭାଗୀୟ ଯନ୍ତ୍ରୀଙ୍କ ସହିତ କଥା ହୋଇଛି। ରାସ୍ତାର ମରାମତି ଶୀଘ୍ର କରାଯିବ।”

ରାସ୍ତାର ଦୁରବସ୍ଥା ଯୋଗୁ ଲୋକେ ବହୁତ ହଇରାଣ ହେଉଥିବା ବେଳେ କେବେ ଏହା ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁଛି, ଏବେ ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2EKN3ot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages