ସଲ୍‌ମାନ୍‌ଙ୍କ ଫିଲ୍ମରେ ଜ୍ୟାକ୍‌ଲିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 2, 2019

ସଲ୍‌ମାନ୍‌ଙ୍କ ଫିଲ୍ମରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ୍ ୱାଣ୍ଟେଡ୍‌ ବୟ ସଲ୍‌ମାନ୍‌ ଓ ଷ୍ଟାଇଲିଶ୍ ଡିଭା ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଫିଲ୍ମ ‘କିକ୍‌’ରେ ଏମାନଙ୍କର କେମେଷ୍ଟ୍ରି ଜବରଦସ୍ତ ହୋଇଥିଲା। ଏଥିସହ ‘ରେସ୍‌ ୩’ରେ ମଧ୍ୟ ଦର୍ଶକ ଏହି ଯୋଡ଼ିକୁ ବେଶ୍ ପସନ୍ଦ କରିଥିଲେ। ଆଉ ଏବେ ଏ ଦୁହିଁଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଖୁସି ଖବର ଆସିଛି। ଏ ଦୁହିଁଙ୍କୁ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବ।

ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ’ରେ ଜ୍ୟାକ୍‌ଲିନ୍‌ଙ୍କୁ ଦେଖିବାକୁ ମିଳିବ। ତେବେ ଫିଲ୍ମରେ ତାଙ୍କର କିଛି ରୋଲ୍‌ ଅଛି କି ନାହିଁ ତାହା  ଜଣାପଡ଼ିନି। କିନ୍ତୁ ଏହା ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଜ୍ୟାକ୍‌ଲିନ୍‌ ଏକ ଜବରଦସ୍ତ ଆଇଟମ୍‌ ନମ୍ବର କରିବେ। ସଲ୍‌ମାନ୍‌ ଓ ଜ୍ୟାକଲିନ୍‌ ଭଲ ବନ୍ଧୁ। ସେମାନେ ଅନେକ କାର୍ଯ୍ୟକ୍ରମକୁ ଏକାଠି ପହଞ୍ଚିଥା’ନ୍ତି। ପ୍ରାୟ ସବୁ ଖୁସିର ଅବସରକୁ ମଧ୍ୟ ଏକାଠି ସେଲିବ୍ରେଟ୍‌ କରିଥା’ନ୍ତି। ତେଣୁ ଯେତେବେଳେ ଫିଲ୍ମର ସ୍କ୍ରିପ୍ଟରେ ଏକ ଆଇଟମ୍‌ ନମ୍ବର୍‌ର ଆବଶ୍ୟକ ପଡ଼ିଲା ସେତେବେଳେ ନିର୍ଦ୍ଦେଶକ ପ୍ରଭୁ ଦେବା ଓ ସଲ୍‌ମାନ୍‌ ଗୋଟେ ମିନିଟ୍‌ ବି ସମୟ ନେଇ ନଥିଲେ ଜ୍ୟାକ୍‌ଲିନ୍‌ଙ୍କୁ ଫାଇନାଲ୍‌ କରିବାକୁ। ସଲ୍‌ମାନ୍‌ଙ୍କୁ ଜ୍ୟାକ୍‌ଲିନ୍‌ଙ୍କ ସହ କାମ କରିବାକୁ ବେଶ୍ ଭଲ ଲାଗେ। ଡ୍ୟାନ୍ସ ମାମଲାରେ ମଧ୍ୟ ଜ୍ୟାକ୍‌ଲିନ୍‌ ପୂରା ଏକ ନମ୍ବର।

‘ରାଧେ’ରେ ସଲ୍‌ମାନଙ୍କୁ ପୂରା ନୂଆ ଅନ୍ଦାଜରେ ଦେଖିବାକୁ ମିଳିବ। ଫିଲ୍ମରେ ଫିମେଲ୍‌ ଲିଡ୍‌ରେ ଅଛନ୍ତି କ୍ୟୁଟ୍ ଗର୍ଲ ଦିଶା ପଟାନୀ। ଏହାର ନିର୍ଦ୍ଦେଶନା ପ୍ରଭୁଦେବା ଦେଉଥିବାବେଳେ ସଲ୍‌ମାନ୍, ସୋହେଲ୍‌ ଖାନ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀ ଏହାକୁ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ପିଲ୍ମଟି ୨୦୨୦ ମେ’ ୨୨ରେ ରିଲିଜ୍‌ ହେବ। ଏହା ପୂର୍ବରୁ ବକ୍ସ ଅଫିସ୍‌ରେ ଧମାଲ୍‌ କରିବାକୁ ଆସୁଛି ‘ଦବଙ୍ଗ ୩’।  ଏହି ଫିଲ୍ମରେ ସଲ୍‌ମାନ୍‌ଙ୍କ ସହ ସୋନାକ୍ଷୀ ସିହ୍ନା ଅଛନ୍ତି। ଏହା ଚଳିତ ମାସ ୨୦ ତାରିଖରେ ରିଲିଜ୍‌ ହେବ।



from Odisha Reporter https://ift.tt/2Rdaiz9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages