ସାପର ଦାମ୍‌ ୧.୨୫ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ସାପର ଦାମ୍‌ ୧.୨୫ କୋଟି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନରସିଂହଗଡ଼ରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି। ରେଡ୍ ସ୍ୟାଣ୍ଡ୍ ବୋଆ ପ୍ରଜାତିର ଏହି ବିରଳ ସାପକୁ ନରସିଂହଗଡ଼ ବସ୍‌ଷ୍ଟାଣ୍ଡରୁ ୫ ଜଣ ଲୋକଙ୍କଠାରୁ ପୁଲିସ୍ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ତିନି ଜଣ ନାବାଳକ ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ନିଜ ହେପାଜତକୁ ନେଇଛି।

ଅଭିଯୁକ୍ତମାନେ ସାପଟିକୁ ଏକ ପ୍ଲାଷ୍ଟିକ୍ ଥଳିରେ ରଖିଥିଲେ ଏବଂ ଏହାକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ। ସାପଟିକୁ ବିକ୍ରି କରିବାକୁ ସେମାନେ ମୋବାଇଲ୍‌ରେ କାହା ସହ କଥା ହେଉଥିବା ନେଇ ପୁଲିସ୍‌କୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ ସେମାନଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିରଳ ବିଷହୀନ ସାପକୁ କିଛି ଦେଶରେ ଔଷଧ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ହେବ। କିନ୍ତୁ ଏହି ସାପ ବିରଳ ଓ ଲୁପ୍ତପ୍ରାୟ ହୋଇଥିବାରୁ ଏହାକୁ ଧରିବା ଓ କିଣାବିକା କରିବା ଏକ ଦଣ୍ଡନୀୟ ଅପରାଧ। ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଏହାକୁ ସିଡ୍ୟୁଲ୍ ୨ ଶ୍ରେଣୀରେ ସୁରକ୍ଷା ପ୍ରଦାନ କରାଯାଇଛି।

 



from Odisha Reporter https://ift.tt/39qy0P5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages