ମହାରାଷ୍ଟ୍ରରେ ଉଦ୍ଧବ ସରକାର, ବଢ଼ୁଛି ଶିବସୈନିକଙ୍କ ଦାଦାଗିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 30, 2019

ମହାରାଷ୍ଟ୍ରରେ ଉଦ୍ଧବ ସରକାର, ବଢ଼ୁଛି ଶିବସୈନିକଙ୍କ ଦାଦାଗିରି

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଶିବସୈନିକଙ୍କ ଦାଦାଗିରି ବଢ଼ିଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଉଦ୍ଧବଙ୍କ ନାମରେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିବାରୁ ତାଙ୍କ ମୁହଁରେ କାଳି ବୋଳି ଦେଇଛନ୍ତି ଜଣେ ମହିଳା ଶିବସୈନିକ।

ନିକଟରେ ମଧ୍ୟ ଶିବସୈନିକ ମାନେ ନିଜ ଦଳୀୟ ସୁପ୍ରିମୋଙ୍କ ନାଁରେ ସମାଲୋଚନା ସହି ନପାରି ଏଭଳି କାଣ୍ଡ ଭିଆଇଥିଲେ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ୧୫ ଡିସେମ୍ୱରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସର ଏଭଳି କାମକୁ ଉଦ୍ଧବ ନାପସନ୍ଦ କରିଥିଲେ। ପୁଲିସର ଏଭଳି କାମକୁ ସେ ଜାଲିଆନାବାଗ ଘଟଣା ସହିତ ତୁଳନା କରିଥିଲେ। ଏହାପରେ ହୀରାମଣି ତିଓ୍ୱାରୀ(୩୦) ନାମକ ଜଣେ ବ୍ୟକ୍ତି ଉଦ୍ଧବଙ୍କ ନାମରେ ସୋଶାଲ ମିଡିଆରେ ଅପଶବ୍ଦ କହିଥିଲେ। ଏହାପରେ ମାମଲା ଥାନାରେ ପହଞ୍ଚିଥିଲା। ତା’ପରେ ଜଣାପଡ଼ିଥିଲା ପୋଷ୍ଟ କରିଥିବା ବ୍ୟକ୍ତିର ଅସଲ ନାମ ରାହୁଲ ତିଓ୍ୱାରୀ। ସେ ହୀରାମଣି ନାମରେ ଆକାଉଣ୍ଟ ତିଆରି କରି ସୋଶାଲ ମିଡିଆରେ ମତ ରଖୁଥିଲା।

ଜଣେ ପୁଲିସ ଅଧିକାରୀ ପ୍ରତିକ୍ରିୟା ରଖି କହିଥିଲେ, କିଛି ଲୋକ ଧମକ ଦେବା ପରେ ହୀରୀମଣି ସେହି ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ହେଲେ ଶିବସେନା ନେତା ସମଧନ ଜୁକଦେବ ଏବଂ ପ୍ରକାଶ ହସବେଙ୍କ ନେତୃତ୍ୱରେ କିଛି ଲୋକ ଯାଇ ରାହୁଲଙ୍କୁ ମାର ପିଟ୍ କରିଥିଲେ। ଏହାପରେ ତାଙ୍କୁ ଲଣ୍ଡା କରିଦେଇଥିଲେ।



from Odisha Reporter https://ift.tt/2QbNleU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages