ଜାହାଜରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ଜାହାଜରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ଟେମ୍ପୋରାରୀ କଲୋନୀରେ ଥିବା ସରକାରୀ ଉ.ପ୍ରା ବିଦ୍ୟାଳୟରେ ୧୭୦ ଛାତ୍ରଛାତ୍ରୀ ପଢ଼ନ୍ତି। ଆଉ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସ୍କୁଲ କର୍ତ୍ତୃପକ୍ଷ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ୍‌ କାନ୍ଥରେ ଜାହାଜର ଚିତ୍ର ଅଙ୍କା ଯାଇଛି। ଆଉ ଏହି ଜାହାଜର ନାମ ‘ଗୁରୁପ୍ରିୟା’ ରଖାଯାଇଛି। ଜାହାଜକୁ ଦେଖି ପିଲାମାନେ ଆନନ୍ଦିତ ହେବା ସହ ଏହା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜାହାଜଟିର ଛବି ଶ୍ରେଣୀ ଗୃହର କବାଟ ଉପରେ ମଧ୍ୟ ରହିଛି। ତେଣୁ କବାଟ ଖୋଲି ଶ୍ରେଣୀ ଗୃହକୁ ଗଲା ବେଳେ ପିଲାମାନେ ଜାହାଜରେ ପ୍ରବେଶ କଲା ଭଳି ଅନୁଭବ କରୁଛନ୍ତି। ଫଳରେ ସେମାନଙ୍କ ମନରେ ଏକ ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳୁଛି।

ଏନେଇ ସ୍କୁଲର ଜଣେ ଛାତ୍ର କହିଛନ୍ତି, “ଆମ ସ୍କୁଲ୍‌ କାନ୍ଥରେ ଜାହାଜ ଚିତ୍ର ହୋଇଛି। ଆଉ ସ୍କୁଲର କବାଟ ଖୋଲି ଶ୍ରେଣୀ ଗୃହରେ ପଶିଲେ ଜାହାଜ ଭିତରେ ବସିଲା ଭଳି ଲାଗୁଛି। ଆଉ ପାଠ ପଢ଼ିବାକୁ ଖୁସି ଲାଗୁଛି। ମୁଁ ଭଲ ପାଠ ପଢ଼ି ଜାହାଜରେ କାମ କରିବି ବୋଲି ଆଶା ରଖିଛି।”

କେବଳ ଜାହାଜ ନୁହେଁ, ଶ୍ରେଣୀ ଗୃହ ଭିତରେ କାନ୍ଥରେ ସୌରମଣ୍ଡଳର ଚିତ୍ର କରାଯାଇଛି। ଏହି ଚିତ୍ର ଦ୍ୱାରା ଛାତ୍ରଛାତ୍ରୀମାନେ ଗ୍ରହ,ଉପଗ୍ରହ ଓ ନକ୍ଷତ୍ରଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠୀ କହିଛନ୍ତି।

ଶ୍ରୀ ସେଠୀ କହିଛନ୍ତି, “ ଆମ ବିଦ୍ୟାଳୟରେ ପାଣି ଜାହାଜ ଚିତ୍ର ତିଆରି କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍କୁଲର ସମସ୍ତ କର୍ମଚାରୀ ବସି ନିଷ୍ପତ୍ତି ନେଇଥିଲୁ। ପାଣି ଜାହାଜକୁ ପିଲା ଦେଖି ନଥିବାରୁ ଏଭଳି ଚିତ୍ର ଦ୍ୱାରା ପିଲାଙ୍କୁ ପଢ଼ାଇବାରେ ସୁବିଧା ହେବ ବୋଲି ଚିନ୍ତା କରିଥିଲୁ। ଏହି ପାଣି ଜାହାଜ ଥ୍ରୀଡି ମଡେଲ୍‌ରେ ତିଆରି ହୋଇଛି। ଏହା ପିଲାଙ୍କର ପାଠପଢ଼ା ପ୍ରତି ଥିବା ଆଗ୍ରହକୁ ବଢ଼ାଇଛି। ଏଥିସହ ପିଲାମାନେ ବିଦ୍ୟାଳୟ ମୁହାଁ ହେଉଛନ୍ତି।”

ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକମାନେ ଏ ଯେଉଁ ପ୍ରୟାସ କରିଛନ୍ତି, ତାହା ପ୍ରଶଂସନୀୟ। ତା’ସହିତ ସେମାନେ ଅନ୍ୟ ଶିକ୍ଷକ ଓ ସ୍କୁଲ୍ ପରିଚାଳନା କମିଟି ପାଇଁ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି।

 



from Odisha Reporter https://ift.tt/2sVPO3z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages