ସିଏଏକୁ ବିରୋଧ ବେଳେ ହିଂସା, ଭଙ୍ଗାରୁଜା କରିଥିବା ଲୋକଙ୍କ ଦୋକାନ ଜବତ କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 21, 2019

ସିଏଏକୁ ବିରୋଧ ବେଳେ ହିଂସା, ଭଙ୍ଗାରୁଜା କରିଥିବା ଲୋକଙ୍କ ଦୋକାନ ଜବତ କଲେ ସରକାର

ନୂଆଦିଲ୍ଲୀ: ନାଗରିକତା ଆଇନକୁ ବିରୋଧ ବେଳେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସା ବେଳେ ଅନକେ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା। ଏବେ ସରକାର ହିଂସା ଘଟଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ହିଂସାରେ କ୍ଷତି ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ଯ ଆକଳନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି।

ଲକ୍ଷ୍ନୌରେ ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ୨୫୦ ଲୋକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲଗାଇବ ବୋଲି ପ୍ରସ୍ତୁତି ଚଳାଇଛି। ସେହିପରି ୧୩ ହଜାର ସନ୍ଦିଗ୍ଧ ସୋଶାଲ ମିଡିଆ ଆକାଉଣ୍ଟର ମୂଳ ପରିଚୟ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି।

ମୁଜାଫରନଗରରେ ପ୍ରଶାସନ ୫୦ ଦୋକାନ ଜବତ କରିଥିବା ଜଣାପଡ଼ିଛି।ଏହି ଦୋକାନୀ ମାନେ ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ଜଣାପଡ଼ିଛି। ସେହିପରି ଗୋରଖପୁରରେ ହିଂସା ଘଟାଇଥିବା ଲୋକଙ୍କ ଫଟୋ ଜାରି କରିଛି। ଯେଉଁମାନେ ଆନ୍ଦୋଳନକାରୀଙ୍କ ପରିଚୟ ଦେବେ ସେମାନଙ୍କୁ ଆର୍ଥିକ ପୁରସ୍ତାର ଦିଆଯିବ ବୋଲି ସରକାର କହିଛନ୍ତି।ଏମିତିକି ଆଗକୁ ହିଂସା ହୋଇପାରେ ଆଶଙ୍କା କରି ସୋମବାର ଯାଏ ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟରେ ଅନେକ ବସ୍, କାର, ଗାଡ଼ି ସମେତ ଅନେକ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ।

ଏହାପରେ ଡିସେମ୍ୱର ୧୯ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଥିଲେ। ବିରୋଧ ପ୍ରଦର୍ଶନ ଆଳରେ ଆନ୍ଦୋଳନକାରୀ ହିଂସା କିମ୍ୱା କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ହିଂସା କିମ୍ୱା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କର ସମ୍ପତ୍ତି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।



from Odisha Reporter https://ift.tt/2ScMNXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages