ଚୌଦ୍ୱାର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ଚୌଦ୍ୱାର ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା !

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଦେବ ପ୍ରକାଶ ବେହେରା (୨୧)। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ଗାଁରେ। ସେ ଗତ ଜୁନ୍ ୨୦ ତାରିଖରୁ ଜେଲ୍‌ରେ ଥିଲେ।

ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୨ଟା ବେଳେ ଦେବ ପ୍ରକାଶ ଜେଲ୍‌ ପରିସରରେ ଥିବା ଏକ ଆମ୍ୱ ଗଛରେ ନିଜ ଗାମୁଛାରେ ଫାଶୀ ଦେଇ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଅନ୍ୟପକ୍ଷରେ ଦେବ ପ୍ରକାଶଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଚୌଦ୍ୱାର ଜେଲ୍‌ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏଭଳି ଘଟଣା ଘଟିବା ଯୋଗୁ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter https://ift.tt/2sgPZGn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages