ମେକାନିକାଲ ଇଞ୍ଜିନିୟରରୁ ଏମିତି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 29, 2019

ମେକାନିକାଲ ଇଞ୍ଜିନିୟରରୁ ଏମିତି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ

ରାଞ୍ଚି: ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠିତ ହେବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ। ଆଦିବାସୀ ଅଧ୍ୟୁଷିତ ରାଜ୍ୟର ଏହି ଆଦିବାସୀ ନେତାଙ୍କ ରାଜନୀତିକ ଜୀବନ ଏବେ ପ୍ରେରଣାଦାୟୀ। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ରାଜନୀତିକ ଗୋଟି ଆଗରେ ମୋଦି-ଶାହଙ୍କ ରାଜନୀତିକ ଗୋଟି ଚାଲିପାରିନଥିଲା। ତେଣୁ ରାଜ୍ୟରେ ରଘୁବର ୨.୦ ସରକାର ଆସିବ ବୋଲି ବିଜେପି ନାରା ଦେଉଥିବା ବେଳେ ହେମନ୍ତଙ୍କ ରାଜନୀତିକ ଗୋଟି ଆଗରେ ବିଜେପିର ସମସ୍ତ ପ୍ରୟାସ ବିଫଳ ହୋଇଛି।

୧୯ ଦଶକରେ ଆଦିବାସୀଙ୍କ ହୀରୋ ବିର୍ଷା ମୁଣ୍ଡା ଏବଂ ବାବା ସାହେବଙ୍କୁ ନିଜର ଆଦର୍ଶ ମାନୁଥିବା ହେମନ୍ତ ସୋରେନ ବିଧାୟକ ହେବା ପରେ ସାଇକେଲ ଚଳାଇ ଲୋକଙ୍କ ପାଖରେ ପହଞ୍ଚୁଥିବାର ଦେଖିବାକୁ ମିଳେ। ଏମିତିକି ଲୋକଙ୍କୁ ସ୍ୱାଗତ କରିବା ବେଳେ ଫୁଲ ତୋଡ଼ା ପରିବର୍ତ୍ତେ ବହି ଖଣ୍ଡିଏ ଦେବାକୁ କୁହନ୍ତି ହେମନ୍ତ। ଚଳିତ ଥର ମଧ୍ୟ ନିର୍ବାଚନରେ ବିଜୟୀ ହେବା ପରେ ସାଇକେଲ ଚଳାଇ ଲୋକଙ୍କୁ ପାଖକୁ ଯାଇଥିଲେ ହେମନ୍ତ। ଯାହାକି ଝାଡ଼ଖଣ୍ଡବାସୀଙ୍କ ମନ ଜିଣିଛି।

୧୦ ଅଗଷ୍ଟ ୧୯୭୫ରେ ମଗଢ଼ ଜିଲ୍ଲାର ନେମରା ଗାଁରେ ଶିବୁ ସୋରେନ ଓରଫ୍ ଗୁରୁଜୀଙ୍କ ପୁଅ ହେଉଛନ୍ତି ହେମନ୍ତ ସୋରେନ। ବଡ଼ ଭାଇ ଦୁର୍ଗା ସୋରେନଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ଅଧିକ ସକ୍ରୀୟ ହୋଇଥିଲେ।

୨୦୦୫ ବିଧାନସଭା ନିର୍ବାଚନରେ ଦୁମକା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିଲେ ହେମନ୍ତ। ହେଲେ ନିଜ ଦଳରୁ ଇସ୍ତଫା ଦେଇଥିବା ନେତା ଷ୍ଟିଫନ ମାରାଣ୍ଡିଙ୍କ ପାଖରୁ ସେ ହାରିଥିଲେ। ଏହାପରେ ୨୦୦୯ରେ ବଡ଼ ଭାଇ ଦୁର୍ଗାଙ୍କ ଦେହାନ୍ତ ପରେ ଦଳରେ ସେ ଅଧିକ ସକ୍ରୀୟ ହୋଇଥିଲେ। ଦୁର୍ଗାଙ୍କୁ ଶିବୁ ସୋରେନଙ୍କ ଉତ୍ତରାଧିକାରୀ ଭାବେ ଝାଡ଼ଖଣ୍ଡବାସୀ ଦେଖୁଥିଲେ। ହେଲେ କିଡ଼ନୀ ଖରାପ ହେବାରୁ ଦୁର୍ଗାଙ୍କର ଦେହାନ୍ତ ହୋଇଥିଲା।

ସେହି ସମୟରେ ଚିରୁଡିହି ହତ୍ୟାକାଣ୍ଡରେ ଶିବୁ ସୋରେନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେଣୁ ଜେଲ୍ ଯିବା ପୂର୍ବରୁ ଶିବୁ ସୋରେନ ବାଧ୍ୟ ହୋଇ ହେମନ୍ତଙ୍କୁ ନିଜର ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ। ୨୪ ଜୁନ ୨୦୦୯ରୁ ୪ ଜାନୁଆରୀ ୨୦୧୦ ଯାଏ ହେମନ୍ତ ସୋରେନ ରାଜ୍ୟସଭା ସାଂସଦ ଥିଲେ। ସେହିବର୍ଷ ସେପ୍ଟେମ୍ୱରରେ ବିଜେପି-ଜେଏମଏମ-ଜେଡିୟୁ-ଏଜେଏସୟୁ ମେଣ୍ଟ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୧୩ରେ ସେ ରାଜ୍ୟର ସବୁଠୁ କମ୍ ବୟସର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ବର୍ଷେ ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ରହିବା ପାଇଁ ସକ୍ଷମ ହୋଇଥିଲେ। ଏହାପରେ ୨୦୧୪ରେ ବିଧାନସଭା ନିର୍ବାଚନ ହେବା ପରେ ବିଜେପି ସରକାର ଗଢ଼ିଥିଲା ଏବଂ ହେମନ୍ତ ବିରୋଧୀ ଆସନରେ ବସିଥିଲେ।

ଆଉ ଏବେ ବିଧାନସଭା ନିର୍ବାଚନ ବେଳେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଦଳ ଜେଏମଏମ-କଂଗ୍ରେସ-ଆରେଜେଡି ସହ ମିଶି ମେଣ୍ଟ ଗଠନ କରି ବିଜେପିକୁ ନିର୍ବାଚନରେ ପରାଜୟ କରିଛନ୍ତି। ମୋଟ୍ ୮୧ଟି ଆସନରୁ ୪୭ଟି ଆସନରେ ମେଣ୍ଟ ବିଜୟୀ ହୋଇଛି।

୨୦୦୬ରେ ହେମନ୍ତ କଳ୍ପନା ସୋରେନଙ୍କୁ ବିବାହ କରିଥିଲେ। କଳ୍ପନା ମଧ୍ୟ ଇଞ୍ଜିନିୟରିଂ ପଢ଼ିଛନ୍ତି। ଏବେ ସେ ରାଞ୍ଚିର ଏକ ସ୍କୁଲ ଚଳାଉଛନ୍ତି। ହେମନ୍ତଙ୍କର ଦୁଇ ପୁଅ ରହିଛନ୍ତି।



from Odisha Reporter https://ift.tt/2MFxpPH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages