ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁରୋଜ କୁମାର ସାହା, ନରେଶ କୁମାର ରାମ୍ ଓ ସୁରଜ ମହାତ। ଦୁଇ ଅଭିଯୁକ୍ତଙ୍କ ଘର ଗୋପବନ୍ଧୁପାଲି ଅଞ୍ଚଳର ହୋଇଥିବା ବେଳେ ଆଉ ଜଣଙ୍କ ଘର ସେକ୍ଟର ଅଞ୍ଚଳରେ। ସେମାନଙ୍କଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଗୋଟିଏ କାର୍, ନଗଦ ୫ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।
ଗତକାଲି ବିଳମ୍ୱିତ ରାତିରେ ସେମାନେ କୋରାପୁଟରୁ ଗଞ୍ଜେଇ ଆଣି ଷ୍ଟେସନରୁ ଏକ କାର୍ରେ ରାଉରକେଲା ସହରକୁ ଆସୁଥିଲେ। ଏନେଇ ଖବର ପାଇ ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ବିଏସ୍ଏନ୍ଏଲ ଛକରେ ସେମାନଙ୍କୁ ଗିରଫ କରିଥିଲା। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/39mzv0F
No comments:
Post a Comment