ରୋଷେଇ ଘର ଛୋଟ ହୋଇଥିଲେ ଆପଣନ୍ତୁ ଏହି ସବୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 11, 2019

ରୋଷେଇ ଘର ଛୋଟ ହୋଇଥିଲେ ଆପଣନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି କରିବା ସମୟରେ ଅନେକ ଲୋକ କେବଳ ଶୋଇବା ଘର ଓ ଡ୍ରଇଂ ରୁମ୍‌ର ଆକାରକୁ ଗୁରୁତ୍ୱ ଦେଇଥା’ନ୍ତି। ସେଗୁଡ଼ିକୁ ବଡ଼ କରି ତିଆରି କରିଥା’ନ୍ତି। କିନ୍ତୁ ରୋଷେଇ ଘରକୁ ଅପେକ୍ଷାକୃତ ଛୋଟ କରି ତିଆରି କରିଥା’ନ୍ତି, ଯାହା ପରେ ସମସ୍ୟା ସୃଷ୍ଟି କରେ। ଜିନିଷ ଅନୁସାରେ ଜାଗାର ଖୁବ୍ ଅଭାବ ପରିଲକ୍ଷିତ ହୋଇଥାଏ। ତେବେ ଆପଣ ଚାହିଁଲେ ଛୋଟ ରୋଷେଇ ଘରେ ସମସ୍ତ ଆବଶ୍ୟକୀୟ ଜିନିଷ ରଖିବା ପାଇଁ ବେଶ୍ ସହଜରେ ଜାଗା ବାହାର କରିପାରିବେ ଓ ରୋଷେଇ ଘରଟି ଅତ୍ୟଧିକ ଗହଳି ହୋଇଥିବା ଭଳି ବି ଦେଖାଯିବନି। ତା’ହେଲେ ଆସନ୍ତୁ ଏଥିପାଇଁ କ’ଣ ସବୁ କରିବାକୁ ପଡ଼ିବ।

୧. ରୋଷେଇ ଘରକୁ ସବୁବେଳେ ସଫା ରଖନ୍ତୁ ଓ ଯେତିକି ଆବଶ୍ୟକ ସେତିକି ବାସନ ଏବଂ ଅନ୍ୟାନ୍ୟ ଜିନିଷ ରଖନ୍ତୁ। ବ୍ୟବହାରରେ ଆସୁ ନଥିବା ଅଯଥା ଜିନିଷ ଏଠାରେ ରଖନ୍ତୁ ନାହିଁ।

୨. ବାସନଗୁଡ଼ିକୁ ରୋଷେଇ ଘର କାନ୍ଥରେ ଷ୍ଟାଣ୍ଡ ମାରି ରଖନ୍ତୁ। ଏହାଦ୍ୱାରା ରୋଷେଇ ଘରେ ଅନ୍ୟାନ୍ୟ ଜିନିଷ ରଖିବା ପାଇଁ ଆହୁରି ସ୍ଥାନ ମିଳିପାରିବ। ବାସନସବୁକୁ ଆଦୌ ସବୁଆଡ଼େ ଖେଳାଇ ରଖନ୍ତୁ ନାହିଁ।

୩. ରୋଷେଇ ଘରେ ଯଦି ଥାକ ବ୍ୟବସ୍ଥା ଅଛି, ତା’ହେଲେ ସେଥିରେ ବାସନ ଓ ଅନ୍ୟ ଗ୍ରୋସରୀ ଜିନିଷ ରଖନ୍ତୁ। ତଳେ କିମ୍ବା ଗ୍ୟାସ୍ ତାଜାରେ କିଛି ରଖନ୍ତୁ ନାହିଁ।

୪. ମସଲା ଡବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ସାରିବା ପରେ ଯଥାସ୍ଥାନରେ ରଖି ଦିଅନ୍ତୁ।

୫. ସେହିପରି ଆବଶ୍ୟକତାଠାରୁ ଅଧିକ ବଡ଼ ଆକାରର ଡବା ଆଦି ବ୍ୟବହାର କରନ୍ତୁ। ମସଲା ଆଦି ପାଇଁ ଛୋଟ ଛୋଟ ଡବା ଏବଂ ଗ୍ରୋସୋରୀ ଜିନିଷ ପାଇଁ ସମାନ ଆକାରର ଡବା ରଖନ୍ତୁ। ଏଗୁଡ଼ିକୁ ଠିକ୍‌ ଭାବେ ରଖି ଜାଣିଲେ ଅଲଗା ଜିନିଷ ରଖିବା ପାଇଁ ବଳକା ଜାଗା ବାହାରି ପାରିବ।

୬. ଅଲଗା ଏକ ଆଲମାରୀ କରି ରୋଷେଇ ଘରେ ବାରମ୍ବାର ଦରକାର ପଡ଼ୁ ନଥିବା ଜିନିଷ ଗୁଡ଼ିକୁ ସେଠାରେ ରଖି ହେବ। ଆଉ ସେହି ଆଲମାରୀକୁ ରୋଷେଇ ଘରେ ରଖିବାର ବି ଆବଶ୍ୟକତା ନାହିଁ। ଏହା ଡାଇନିଂ ହଲ୍‌ରେ ରଖାଯାଇପାରିବ।

 



from Odisha Reporter https://ift.tt/34eGXqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages