ନ୍ୟୁୟର୍କ: ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ ଦଳ ରିପବ୍ଲିକିଆନ ପାର୍ଟିକୁ ଜୋରଦାର ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ତଥା ଶାସକ ଦଳର ମୁଖିଆ ଡୋନାଲ୍ଡ ଟ୍ରମ୍ପ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିଛନ୍ତି। ଆମେରିକାର ନିମ୍ନ ସଦନ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି। ଏବେ ସିନେଟରେ ମହାଭିଯୋଗ ପ୍ରସ୍ତାବ ସାମ୍ନା କରିବାକୁ ଯାଉଛନ୍ତି ଟ୍ରମ୍ପ। ତୃତୀୟ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସିନେଟରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି। ପୂର୍ବରୁ ଜନସନ ଏବଂ କ୍ଲିଣ୍ଟନଙ୍କ ବିରୋଧରେ ସିନେଟରେ ଏହି ମହାଭିଯୋଗ ପ୍ରସ୍ତାବ ଆସିଥିଲା। ହେଲେ ଗୃହୀତ ହୋଇପାରିନଥିଲା। ୧୫୧ ବର୍ଷ ପରେ ଜଣେ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଛି।
ବୁଧବାର ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟଟିଭରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଦୁଇଟି ଅଭିଯୋଗ ଉପରେ ବିତର୍କ ହୋଇଥିଲା। ଦେଶର ଟିକସ ଦାତାଙ୍କ ପଇସାକୁ ନିଜ ବ୍ୟକ୍ତିଗତ ସ୍ୱାର୍ଥ ଏବଂ ରାଜନୀତିକ ସ୍ୱାର୍ଥରେ ଉପଯୋଗ କରିଥିବା ଅଭିଯୋଗ ରହିଛି। ସେହିପରି ଦ୍ୱିତୀୟ ଅଭିଯୋଗ ଏହି ଅଭିଯୋଗର ତଦନ୍ତ ପାଇଁ କଂଗ୍ରେସ ତଦନ୍ତ ପ୍ରକ୍ରିୟାକୁ ବାଧ୍ୟ କରିଥିଲେ। ଦୁଇଟି ପ୍ରସ୍ତାବକୁ ନେଇ ହୋଇଥିବା ଭୋଟିଂରେ ଟ୍ରମ୍ପଙ୍କ ବିରୋଧରେ ୨୩୦ ଭୋଟ୍ ପଡ଼ିଥିବା ବେଳେ ସମର୍ଥନରେ ୧୯୭ ଖଣ୍ଡ ଭୋଟ୍ ପଡ଼ିଥିଲା। ମହାଭିଯୋଗ ପ୍ରସ୍ତାବ ଗୃହୀତ କରିବା ପାଇଁ ୫୧ ପ୍ରତିଶତ ଭୋଟ୍ ଆବଶ୍ୟକ ଥିବା ବେଳେ ୫୨.୮୭ ପ୍ରତିଶତ ଭୋଟ୍ ପଡ଼ିଛି।
ତେବେ ବିଶେଷଜ୍ଞଙ୍କ କହିବା କଥା ଏବେ ବି ଟ୍ରମ୍ପଙ୍କ ପଦବୀ ସୁରକ୍ଷିତ। କାରଣ ନିମ୍ନ ସଦନରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ହେଲେ ସିନେଟରେ ତାଙ୍କ ଦଳ ରିପବ୍ଲିକନ ଦଳର ବହୁମତ ଥିବାରୁ ବିରୋଧୀଙ୍କ ଦ୍ୱାରା ଆସିଥିବା ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ମୁସକିଲ୍। ଯଦି ସିନେଟରେ ରିପବ୍ଲିକିଆନ ଦଳର ୨୦ ସାଂସଦ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରିବେ ତାହେଲେ ଟ୍ରମ୍ପ ରାଷ୍ଟ୍ରପତି ପଦବୀରୁ ବହିଷ୍କୃତ ହେବା ଥୟ। ୧୦୦ ଆସନ ବିଶିଷ୍ଟ ସିନେଟରେ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଦଳ ରିପବ୍ଲିୁକିଆନ ପାର୍ଟି ପାଖରେ ୫୩ ସାଂସଦ ରହିଥିବା ବେଳେ ୪୭ ସାଂସଦ ବିରୋଧୀ ଡେମୋକ୍ରାଟିକ ଦଳ ପାଖରେ ରହିଛି।
ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ପରେ ଏହାକୁ ନେଇ ରାଜରାସ୍ତାକୁ ମଧ୍ୟ ଲୋକମାନେ ଆସିଛନ୍ତି। ଦୁର୍ନୀତି ଅଭିଯୋଗ ଆଣି ଟ୍ରମ୍ପ ସରକାରଙ୍କ ବିରୋଧରେ ଲୋକମାନେ ଅଭିଯୋଗ ଆଣିଛନ୍ତି।
from Odisha Reporter https://ift.tt/2Q36pKH
No comments:
Post a Comment