କାମ ଦେଉନି ବାୟୋମେଟ୍ରିକ ଲଗାମ୍‌, କଲେଜ ନ ଆସି ବି ପଡ଼ୁଛି ଉପସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

କାମ ଦେଉନି ବାୟୋମେଟ୍ରିକ ଲଗାମ୍‌, କଲେଜ ନ ଆସି ବି ପଡ଼ୁଛି ଉପସ୍ଥାନ

ତେଲକୋଇ(ଚିନ୍ମୟ ଦାସ):  ଶିକ୍ଷାଦାନରେ ସ୍ୱଚ୍ଛତା ଲାଗି ଅଧ୍ୟାପକଙ୍କ ଉପରେ ସରକାର ବାୟୋମେଟ୍ରିକ ଲଗାମ୍ ଲଗାଇଛନ୍ତି । ହେଲେ କଲେଜ୍‌ରେ ଲାଗିଥିବା ବାୟୋମେଟ୍ରିକ୍‌କୁ ବି ଟାମ୍ପରିଂ କରିପକାଉଛନ୍ତି କଲେଜ୍ କର୍ତ୍ତୃପକ୍ଷ । କେନ୍ଦୁଝର ସିରିଗିଡା ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଅଧ୍ୟକ୍ଷଙ୍କ ନାଁରେ ଆସିଛି ଏମିତି ସାଂଘାତିକ ଅଭିଯୋଗ ।

କଲେଜରେ ଅଧ୍ୟକ୍ଷ ନାହାନ୍ତି । ହେଲେ ପଡ଼ି ଚାଲିଛି ତାଙ୍କ ଉପସ୍ଥାନ। କାର୍ଡ ଜରିଆରେ ଅନ୍ୟ ଜଣେ କର୍ମଚାରୀ ଅଧ୍ୟକ୍ଷଙ୍କ ଲାଗି ବାୟୋମେଟ୍ରିକ୍ ଉପସ୍ଥାନ ପକାଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି କଲେଜର ଅନ୍ୟ ଅଧ୍ୟାପକମାନେ। କଲେଜ୍ ଅଧ୍ୟକ୍ଷ ଚଞ୍ଚକତା କରି ବାୟୋମେଟ୍ରିକ୍ ଲଗାଇଥିବା ସଂସ୍ଥାକୁ ହାତେଇ ଫିଙ୍ଗର ପ୍ରିଣ୍ଟ ସହ ଦୁଇଟି ଉପସ୍ଥାନ କାର୍ଡ କରି ନେଇଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟାପକମାନେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜର ସମସ୍ତ କର୍ମଚାରୀଙ୍କ ପାଇଁ ଫିଙ୍ଗର ପ୍ରିଣ୍ଟର ବ୍ୟବସ୍ଥା ରହିଛି। ହେଲେ ଅଧ୍ୟକ୍ଷ ନିଜ ପାଇଁ  ଓ କଲେଜ୍‌ର ଜଣେ କର୍ମଚାରୀଙ୍କ ପାଇଁ  ୨ଟି କାର୍ଡ ହାତେଇ ନେଇଛନ୍ତି। ଅଧ୍ୟକ୍ଷ କଲେଜ୍‌ ନ ଆସିଲେ ମଧ୍ୟ ବିଶ୍ୱସ୍ତ କର୍ମଚାରୀଜଣକ ତାଙ୍କ କାର୍ଡଟିକୁ ବାୟୋମେଟ୍ରିକ୍ ସେନ୍ସର ଜରିଆରେ ରିଡ୍ କରାଇ ଉପସ୍ଥାପନ ପକାଇଥାନ୍ତି । ସେହିପରି କର୍ମଚାରୀ ଜଣକ ଅନୁପସ୍ଥିତ ରହିଲେ ତାଙ୍କ ପାଇଁ ଅଧ୍ୟକ୍ଷ କାର୍ଡ ଜରିଆରେ ଉପସ୍ଥାନ ପକାନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେମ୍ବର ୧୬ ଓ ନଭେମ୍ବର ୨୬ ଅଧ୍ୟକ୍ଷ ଅନୁପସ୍ଥିତ ଥିଲେ ବି ଏଭଳି ଚଞ୍ଚକତା କରି ଉପସ୍ଥାନରେ ନାଁ ଚଢାଇଥିବା ଅଭିଯୋଗ ହୋଇଛି ।

କଲେଜ୍ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ଏପରି କାଣ୍ଡ କାରନାମାର ପର୍ଦ୍ଦାଫାସ ଅଧ୍ୟାପକମାନେ କରିଥିବାବେଳେ ଏହାକୁ କିନ୍ତୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଗିରିଜା ଶଙ୍କର ମହାପାତ୍ର । ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସେ ଏପରି କିଛି କରି ନ ଥିବା କହିଛନ୍ତି।

ସେପଟେ ବାୟୋମେଟ୍ରିକ୍ ମେସିନ୍‌ରେ ଟାମ୍ପରିଂ ସମ୍ଭବ ବୋଲି କହିଛନ୍ତି ଆଇଟି କନସଲଟାଣ୍ଟ ଚନ୍ଦ୍ରଶେଖର ବିଶ୍ୱାଳ । ଏହାକୁ ଯଦି ସେଣ୍ଟ୍ରାଲାଇଜ୍ ସିଷ୍ଟମ ଦ୍ୱାରା ସରକାରଙ୍କ ବିଭାଗ ଦ୍ୱାରା ଯୋଡା ଯାଇପାରିବ ତା’ହେଲେ ଏଭଳି ଟାମ୍ପରିଂକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞଙ୍କ ମତ।

ବାୟୋମେଟ୍ରିକ୍ ଉପସ୍ଥାନରେ ସରକାରୀ କଲେଜ୍ ଅଧ୍ୟକ୍ଷଙ୍କ ଟାମ୍ପରିଂ ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଧ୍ୟ ଏହାକୁ ଦୃଢ ନିନ୍ଦା କରିଛନ୍ତି। ଏପରି ବେଆଇନ୍ କାର୍ଯ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏହି ଅଭିଯୋଗ ଯଦି ସତ ହୋଇଥାଏ ତାହାଲେ ଅନ୍ୟ କଲେଜ୍ ଗୁଡିକରେ ବି ଏପରି  ବାୟୋମେଟ୍ରିକ୍ ଟାମ୍ପରିଂ ଯେ ନହେଉଥିବା ତାହା ବଡ଼ ପ୍ରଶ୍ନ । ତେବେ ଶିକ୍ଷାଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଲାଗି ଏହି ଗଳାବାଟକୁ ବନ୍ଦ କରିବାକୁ ସରକାର କ’ଣ ପଦକ୍ଷେପ ନେବେ ତାହା ଆଗାମୀ ଦିନରେ ଜଣାପଡ଼ିବ।



from Odisha Reporter https://ift.tt/2PCagQc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages