ପୁଣି ଚର୍ଚ୍ଚାରେ ଏସ୍‌ପି ସାରା ଶର୍ମା; କିନ୍ନରଙ୍କ ପାଇଁ ଖୋଲିଲେ ଓମ୍‌ଫେଡ ପାର୍ଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ପୁଣି ଚର୍ଚ୍ଚାରେ ଏସ୍‌ପି ସାରା ଶର୍ମା; କିନ୍ନରଙ୍କ ପାଇଁ ଖୋଲିଲେ ଓମ୍‌ଫେଡ ପାର୍ଲର

ପାରଳାଖେମୁଣ୍ଡି(ଆଦର୍ଶ ଦାସ): କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଓମ୍‌ଫେଡ ପାର୍ଲର ଖୋଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା ।  ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଏହି ଓମ୍‌ଫେଡ ପାର୍ଲର ଖୋଲା ଯାଇଛି। ଗତକାଲି ସନ୍ଧ୍ୟାରେ ଏହାକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦ୍‌ଘାଟନ କରିଥିଲେ। ଏହା ୨୪ ଘଣ୍ଟା ଖୋଲା ରହିବ। ଏଥିସହ ଏଠାରେ ଚାହା, କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ। ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟ ଉପକୃତ ହୋଇ ପାରିବେ। କିନ୍ନରମାନେ ମଧ୍ୟ ଦି ପଇସା ରୋଜଗାର କରିପାରିବେ। ତେବେ ଏସ୍‌ପିଙ୍କ ଏଭଳି କାମକୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି।

ଏନେଇ ଗଜପତି ଏସ୍‌ପି ସାରା ଶର୍ମା କହିଛନ୍ତି,“ ଓମ୍‌ଫେଡ ପାର୍ଲର କିନ୍ନରମାନଙ୍କ ପାଇଁ ଖୋଲା ଯାଇଛି। ମୁଁ ଯେତେବେଳେ କିନ୍ନରଙ୍କ ସମ୍ପର୍କରେ ଅଧିକ ପଢ଼ିଥିଲି ସେମାନଙ୍କ ସମସ୍ୟା ସମ୍ପର୍କରେ ଜାଣି ପାରିଥିଲି। ସେମାନଙ୍କୁ ପରିବାର ଲୋକେ ଘରେ ରଖନ୍ତି ନାହିଁ। ସମାଜରେ ସେମାନେ ଟାହିଟାପରା ଶୁଣି ଥାଆନ୍ତି। ତେଣୁ ସେମାନେ ଭିକ୍ଷାବୃତ୍ତି କିମ୍ୱା ଖରାପ କାମରେ ନିୟୋଜିତ ହୋଇଥାନ୍ତି। ସମାଜରେ ସେମାନେ ମୁଣ୍ଡ ଟେକି କିପରି ସମ୍ମାନ ସହ ରହିପାରିବେ ସେଇ ଚିନ୍ତାଧାରା ନେଇ ‘ସୁରଭି ମିଲକ୍ ପାର୍ଲର’ ଖୋଲାଯାଇଛି। ମୁଁ ଆଶା କରୁଛି, ଏଠାରେ ଥିବା କର୍ମଚାରୀ ରୋଜଗାରକ୍ଷମ ହୋଇପାରିବେ। ଏହି ପାର୍ଲର କରିବା ପାଇଁ ପୂରା ଗଜପତି ଜିଲ୍ଲାବାସୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।  ତେବେ ଏହି ପାର୍ଲର ପାଇଁ ସାଂସଦ ୨ ଲକ୍ଷ ଟଙ୍କା ଏବଂ ବିଧାୟକ ୩ ଲକ୍ଷ ଟଙ୍କା ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।”

ମଧୁ କିନ୍ନର କହିଛନ୍ତି,“  ଓମ୍‌ଫେଡ ପାର୍ଲର ଖୋଲିବା ଦ୍ୱାରା ମୁଁ ଖୁସି ଅନୁଭବ କରୁଛି। ଏହି ପାର୍ଲର ଖୋଲିବା ପାଇଁ ଏସ୍‌ପି ମ୍ୟାଡାମ୍‌ ବହୁତ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ ପୁଲିସ୍‌ ବିଭାଗକୁ ଧନ୍ୟବାଦ ଦେବି। କାମ କରିବାକୁ ଆମକୁ ଏକ ଅଲଗା ପନ୍ଥା ମିଳିଲା। ସେଥିରେ କିଛି ଉନ୍ନତି କରିବାକୁ ଚେଷ୍ଟା କରିବୁ। ବର୍ତ୍ତମାନ ଏଠାରେ ୮ ଜଣ ନିଯୁକ୍ତି ପାଇଛନ୍ତି। ୨୪ ଘଣ୍ଟା ଏହି ପାର୍ଲର ଖୋଲା ରହିବ।”



from Odisha Reporter https://ift.tt/2SqZJco

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages