ଚେନ୍ନାଇ: ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିର୍ବାଚନ ପ୍ରକ୍ରିୟା ବିଧିବ୍ୟବସ୍ଥାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ତାମିଲନାଡୁର କୁଡ୍ଡାଲୋରେ ଜିଲ୍ଲାରେ ଥିବା ଏକ ପଞ୍ଚାୟତରେ ଗଣତାନ୍ତ୍ରିକ ଉପାୟରେ ମୁଖିଆ ଓ ତାଙ୍କ ଡେପୁଟିଙ୍କୁ ଚୟନ କରିବା ପରିବର୍ତ୍ତେ ନିଲାମ ଦ୍ୱାରା ବଛା ଯାଇଛି।
ପଞ୍ଚାୟତ ଭୋଟ ପରିବର୍ତ୍ତେ ଏକ ସଂକଳ୍ପ ପାରିତ କରି ପୂର୍ବତନ ସଭାପତି ତଥା ଏଆଇଏଡିଏମକେ କାର୍ଯ୍ୟକର୍ତ୍ତା ଆର ଶକ୍ତିଭେଲଙ୍କୁ ଆଉ ୫ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଅନୁମତି ଦେଇଛି। ତେବେ ଏଥିପାଇଁ ଆର ଶିକ୍ତିଭେଲ ୫୦ ଲକ୍ଷ ଟଙ୍କା ଦେବେ। ଏହି ଟଙ୍କା ଗାଁରେ ଥିବା ମନ୍ଦିରର ନବୀକରଣ ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ।
ସେହିପରି ପାନରୁତି ନିକଟରେ ଥିବା ନନ୍ଦୁକୁପ୍ପାମ ପଞ୍ଚାୟତ ଡିଏମଡିକେ କାର୍ଯ୍ୟକର୍ତ୍ତା ଏ ମୁର୍ଗାନଙ୍କୁ ଉପ ସଭାପତି ଭାବେ ମଧ୍ୟ ଚୟନ କରିଛି। ସେ ମଧ୍ୟ ୫ ଲକ୍ଷ ଟଙ୍କା ମନ୍ଦିର ପାଇଁ ଦେବେ। ଟଙ୍କା ନେଇ ପଞ୍ଚାୟତ ମୁଖିଆ ଚୟନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ହ୍ୱାଟସଆପରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଗାଁର ଜଣେ ବୟସ୍କ ବ୍ୟକ୍ତି ସଂକଳ୍ପଟି ପଢ଼ୁଥିବା ଦେଖିବାକୁ ମିଳୁଛି। ସେ ଏଥିରେ କହିଛନ୍ତି ଯେ ସର୍ବସମ୍ମତିକ୍ରମେ ଶକ୍ତିଭେଲ ଓ ମୁର୍ଗାନଙ୍କୁ ନନ୍ଦୁକୁପ୍ପାମ ପଞ୍ଚାୟତର ସଭାପତି ଓ ଉପ ସଭାପତି ଭାବେ ଚୟନ କରାଯାଉଛି। ଗାଁ ଲୋକଙ୍କ ଭଲ ପାଇଁ ଓ ଶ୍ରୀ ଦ୍ରାଉପାଦିଆମ୍ମନ ମନ୍ଦିରର ନବୀକରଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଆଜି ଚୟନ ହୋଇଥିବା ସଭାପତି ଓ ଉପ ସଭାପତି ଡିସେମ୍ବର ୧୫ ସୁଦ୍ଧା ଟଙ୍କା ଦାଖଲ କରିବେ। ସେହିପରି ଯଦି ସଭାପତି ଓ ଉପ ସଭାପତି ଧାର୍ଯ୍ୟ ସମୟ ପୂର୍ବରୁ ଟଙ୍କା ଦେଇଦେବେ, ତା’ହେଲେ ଏମାନଙ୍କ ବିରୋଧରେ କେହି ବି ନାମାଙ୍କନ ଦାଖଲ କରିବେ ନାହିଁ। ଗାଁରେ ୧୯୦୦ ଲୋକ ଅଛନ୍ତି ଏବଂ ସେମାନଙ୍କୁ ୮ଟି ୱାର୍ଡରେ ବିଭକ୍ତ କରାଯାଇଛି। ହେଲେ କେହି ବି ୧୫ ତାରିଖ ପୂର୍ବରୁ ନାମାଙ୍କନ ଦାଖଲ କରିବେ ନାହିଁ ବୋଲି ବ୍ୟକ୍ତି ଜଣଙ୍କ କହୁଥିବା ଦେଖିବାକୁ ମିଳୁଛି।
ତେବେ ଶକ୍ତିଭେଲ ଏଭଳି ଅଗଣତାନ୍ତ୍ରି ନିଲାମ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ସେ କହିଛନ୍ତି “ମୁଁ କୌଣସି ନିଲାମ ପ୍ରକ୍ରିୟାରେ ସାମିଲ ହୋଇନାହିଁ। ଏହା ବିରୋଧୀଙ୍କ ଏକ ଚକ୍ରାନ୍ତ। ମୋ ନାଁ ଓ ଛବିକୁ ଖରାପ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ମୁଁ ଜମିଦାର ନୁହେଁ ଯେ ୫୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେବି। ମୁଁ ଚାଷୀ ପରିବାରରୁ ଆସିଛି। ମୁଁ ବୁଧବାର ନାମାଙ୍କନ ଦାଖଲ କରିବାର ଥିବାରୁ ସମସ୍ତଙ୍କ ସମର୍ଥନ ଲୋଡ଼ିଥିଲି। ହେଲେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛି।”
ସେ ପୁଲିସ୍ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/346O2Kb
No comments:
Post a Comment