ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବିଜୟ ମିଶ୍ର ପାଇବେ ‘ଜୟଦେବ ସମ୍ମାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବିଜୟ ମିଶ୍ର ପାଇବେ ‘ଜୟଦେବ ସମ୍ମାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ବର୍ଷ ପାଇଁ ଆଜି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ସମ୍ମାନ‘ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଘୋଷଣା କରିଛନ୍ତି। ସେହିଭଳି ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ଅର୍ଚ୍ଚିତାଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ପ୍ରଦାନ କରାଯିବ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ।

ଶ୍ରେଷ୍ଠ କାହାଣୀ ଓ ସଂଳାପ ପାଇଁ ଡି. ନିରଞ୍ଜନ ରେଡ୍ଡୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଶାନ୍ତିରାଜ୍ ଖୋସ୍‌ଲା ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ବସନ୍ତରାଜ ସାମଲ ‘ଶ୍ରେଷ୍ଠ ଗୀତିକାର‘, କରୁଣାକର ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’ ଓ ଅନ୍ତରା ଚକ୍ରବର୍ତ୍ତୀ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା’ ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।



from Odisha Reporter https://ift.tt/2PueE2b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages