ବାଇକ୍ ନେଇ ଫେରାର ହୋଇଯାଇଥିଲେ, ଧରା ପଡ଼ିବା ପରେ ନିସ୍ତୁକ ମାଡ଼ ଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ବାଇକ୍ ନେଇ ଫେରାର ହୋଇଯାଇଥିଲେ, ଧରା ପଡ଼ିବା ପରେ ନିସ୍ତୁକ ମାଡ଼ ଖାଇଲେ

ଯାଜପୁର (ଅଭୟ ପତି): ବାଇକ୍‌ ଚୋରି କରି ନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସର୍ବ ସମ୍ମୁଖରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଗାଁରେ।

ଅଭିଯୋଗ ଅନୁସାରେ, ଶୁକ୍ରବାର ଦିନ ପ୍ରଶାନ୍ତ ନାମକ ଜଣେ ଯୁବକ ବାଇକ୍‌ରେ ଯାଜପୁର ରୋଡ୍‌ ଦଳା ଛକରୁ ପାଣିକୋଇଲି ଯିବା ବାଟରେ ଅଭିଯୁକ୍ତ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଶାନ୍ତ ତାଙ୍କୁ ଲିଫ୍ଟ ଦେଇଥିଲେ। ତାଙ୍କୁ ସାଙ୍ଗରେ ନେଇ ସେ ପାଣିକୋଇଲିରେ ପହଞ୍ଚିଥିଲେ। ତେବେ ସେଠାରେ ସମ୍ପୃକ୍ତ ଯୁବକ ଜଣଙ୍କ ପାଖରୁ ଆସୁଛି କହି ତାଙ୍କ ନିକଟରୁ ବାଇକ୍ ଧରି ଫେରାର ହୋଇଯାଇଥିଲେ।

ପ୍ରଶାନ୍ତ ଯୁବକ ଜଣଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଗତକାଲି ହଠାତ୍‌ ଯାଜପୁର ରୋଡ୍ ଥାନା କୋପଣ୍ଡ ଗାଁରେ ଯୁବକ ଜଣକ ଥିବା ନେଇ ସେ ଖବର ପାଇଥିଲେ। ତା’ପରେ ପ୍ରଶାନ୍ତ ତାଙ୍କର କିଛି ସାଙ୍ଗକୁ ନେଇ ସେଠାକୁ ଯାଇଥିଲେ ଓ ସଂପୃକ୍ତ ଯୁବକ ଏବଂ ବାଇକ୍‌କୁ ନିଜ ଗାଁ ଲକ୍ଷ୍ମୀନଗରକୁ ଆଣିଥିଲେ। ଗାଁରେ ସେମାନେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ପାଣିକୋଇଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଶଙ୍ଖଚିଲା ଫାଣ୍ଡିରେ ଅଟକ ରଖିଛି। ବାଇକ୍ ଚୋରି ହୋଇଥିବା ନେଇ ପ୍ରଶାନ୍ତ ଗତକାଲି ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରିଥିଲେ।



from Odisha Reporter https://ift.tt/2Ejvax6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages