ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଅଯୋଗ୍ୟ ମନ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 14, 2019

ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଅଯୋଗ୍ୟ ମନ୍ତ୍ରୀ!

ନୂଆଦିଲ୍ଲୀ: ନୂଆ ବର୍ଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିପାରନ୍ତି। ଏହା ପୂର୍ବରୁ ମନ୍ତ୍ରୀମାନଙ୍କର ରିପୋର୍ଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ। ଡିସେମ୍ୱର ୨୧ ତାରିଖ ଦିନ ସମସ୍ତ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନିଜ ୭ ମାସର କାର୍ଯ୍ୟକାଳ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ଯେଉଁ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଭଲ ନଥିବ ସେହିମାନଙ୍କୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇପାରନ୍ତି। ମନ୍ତ୍ରୀମାନଙ୍କ ରିପୋର୍ଟ ପରେ ମୋଦି ସରକାର କ୍ୟାବିନେଟ ସଂପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବା ବେଳେ ଦଳର ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦଳର ସାଧାରଣ ସମ୍ପାଦକ ବି.ଏଲ୍. ସନ୍ତୋଷ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଯେଉଁ ମନ୍ତ୍ରୀମାନେ ବଡ଼ ବଡ଼ ମନ୍ତ୍ରଣାଳୟର ଦାୟିତ୍ୱ ସହ ଅନେକ ଛୋଟ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ସେମାନଙ୍କୁ ବୋଝ କମାଇବାକୁ ଯାଇ ମନ୍ତ୍ରିମଣ୍ଡଳରେ ନୂଆ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇପାରନ୍ତି।

ସୂଚନାଯୋଗ୍ୟ, ୩୦ ମେ’ ୨୦୧୯ରେ ମୋଦି ସରକାର ଶପଥ ଗ୍ରହଣ କରିଥିଲେ। ସରକାର ଗଢ଼ିବାର ୭ ମାସ ପରେ ବି ମୋଦି ସରକାର ନିଜ କ୍ୟାବିନେଟ ସଂପ୍ରସାରଣ କରିନାହାନ୍ତି। ହେଲେ ୨୦୧୪ ମେ’ ମାସରେ ମୋଦି ସରକାର ତାଙ୍କ ପ୍ରଥମ କାର୍ଯ୍ୟକାଳ ଆରମ୍ଭର ୬ ମାସ ପରେ ନଭେମ୍ୱର ୯ରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ।

ମୋଦି ତାଙ୍କ ଦ୍ୱିତୀୟ ଇନିଂସର ଶପଥ ନେବାବେଳେ ୫୭ ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଛନ୍ତି। ତେବେ ନିୟମ ଅନୁସାରେ ଲୋକସଭାର ମୋଟ ସଦସ୍ୟର ୧୫ ପ୍ରତିଶତ ମନ୍ତ୍ରୀ ଅର୍ଥାତ୍ ୮୧ ଜଣ ମନ୍ତ୍ରୀ ରହିପାରିବେ। ମୋଦି ତାଙ୍କ ପୂର୍ବ ସରକାରରେ ୭୦ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ରଖିଥିଲେ।



from Odisha Reporter https://ift.tt/2PoJdaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages