ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆ ବଜାର ସ୍ଥିତ ରେଳ ଫାଟକରେ ଏକ ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କ ନାଁ ସବ୍ୟସାଚୀ ବେହେରା। ସେ ଜଳେଶ୍ୱର ଟାଉନ ହାଇସ୍କୁଲର ଛାତ୍ର।
ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏକ ଇଟା ବୋଝେଇ ଇଞ୍ଜିନ ରିକ୍ସା ରେଳ ଫାଟକ ପାରି ହେଉଥିଲା ବେଳେ ଅଟକି ଯାଇଥିଲେ। ଉକ୍ତ ସମୟରେ ରିକ୍ସା ଚାଳକ ସବ୍ୟସାଚୀ ଓ ତାଙ୍କ ସାଙ୍ଗକୁ ପଛ ପଟୁ ଠେଲିବା ପାଇଁ କହିଥିଲେ। ହେଲେ ରିକ୍ସାଟି ଓଭର ଲୋଡ଼ ଥିବାରୁ ସବ୍ୟସାଚୀଙ୍କ ଉପରେ ପଡି ଯାଇଥିଲା। ସ୍ଥାନୀୟ ଲୋକେ ସବ୍ୟସାଚୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ସ୍ଥାନୀୟ ଲୋକେ ରିକ୍ସା ଚାଳକକୁ ନିସ୍ତକୁ ମାଡ଼ ମାରି ପୁଲିସ୍କୁ ହସ୍ତାନ୍ତର କରିଛନ୍ତି। ଏଥିସହ ପୁଲିସ୍ ଚାଳକକୁ ଗିରଫ କରି ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2PEBHIU
No comments:
Post a Comment