କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ ମହବିରୋଡ଼ ରେଞ୍ଜର ରୋଡ଼ ଗାଁରେ ଦନ୍ତା ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶ୍ରୀକାନ୍ତ ମୁଦୁଲି।
ଆଜି ଭୋରରୁ ଶ୍ରୀକାନ୍ତ ଧାନ କାଟିବା ପାଇିଁ ଗୁଡିଆନାଳୀସ୍ଥିତ ନିଜ ଚାଷ ଜମିକୁ ଯାଇଥିଲେ। ଘନ କୁହୁଡି ଯୋଗୁ ଧାନ କାଟୁଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଧାନ ବିଲରେ ଦନ୍ତା ହାତୀଟି ଶ୍ରୀକାନ୍ତଙ୍କୁ ଶୁଣ୍ଢରେ କଚାଡ଼ି ମାରିଥିଲା । ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହାତୀ ଉପଦ୍ରବରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି ।
from Odisha Reporter https://ift.tt/2MhhcjE
No comments:
Post a Comment