ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ କେନ୍ଦ୍ର କରି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନର ପରମ ବନ୍ଧୁ ଚାଇନା ଏବେ ଉଦ୍ୟମ କରୁଛି। ଏଥିପାଇଁ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚେଷ୍ଟା କରୁଛି। ଅଗଷ୍ଟ ୧୬ରେ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ତେବେ ଭାରତର ସହଯୋଗୀ ରାଷ୍ଟ୍ରଗୁଡ଼ିକ କଶ୍ମୀର ପ୍ରସଙ୍ଗରେ କୌଣସି ଖୋଲା ବିତର୍କ ବା ଗଣମାଧ୍ୟମକୁ ବିବୃତି ଦେବା ବିରୋଧରେ ମତ ଦେଇଥିଲେ। ତଥାପି ଚାଇନା ପ୍ରୋତ୍ସାହନରେ କଶ୍ମୀରକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏବେ ପୁଣି ଚାଇନା କଶ୍ମୀର ପ୍ରସଙ୍ଗ ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇବାକୁ ଚେଷ୍ଟା କରିଛି।
ଅନ୍ୟପକ୍ଷରେ ସୀମା ସୁରକ୍ଷା ସଂକ୍ରାନ୍ତରେ ଆଲୋଚନା କରିବାକୁ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଚଳିତ ସପ୍ତାହରେ ଭାରତ ଆସିବେ। ଏହି ସମୟରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ। ଏହାପୂର୍ବରୁ ହିଁ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କୁରେଶୀ ପ୍ରଥମେ ଚିଠି ଲେଖି ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ନିବେଦନ କରିଥିଲେ। ଏହାପରେ ଚାଇନା କଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି।
from Odisha Reporter https://ift.tt/2tl0f0U
No comments:
Post a Comment