ଖେଳ ଛୁଟି ସମୟରେ ଟେକି ନେଇ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 16, 2019

ଖେଳ ଛୁଟି ସମୟରେ ଟେକି ନେଇ ଦୁଷ୍କର୍ମ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତକୁ ଧୁଷୁରୀ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି  ଛାତ୍ରୀଜଣକ ଖେଳ ଛୁଟି ସମୟରେ ସ୍କୁଲ ନିକଟରେ ଖେଳୁଥିଲା। ଏହି ସମୟରେ  ଅଭିଯୁକ୍ତ ଜଣକ ତା’  ମୁହଁରେ ରୁମାଲ ବାନ୍ଧି ସ୍କୁଲରେ ଥିବା ଶୌଚାଳୟକୁ ଟେକି ନେଇ  ସେଠାରେ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା।  ଝିଅଟି ଶୌଚାଳୟ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ସ୍କୁଲର ଜଣେ ଶିକ୍ଷକ ଦେଖି ଉଦ୍ଧାର କରିଥିଲେ। ପରେ ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ପରିବାର ଲୋକେ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2YVYQKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages