ସୋମବାର ବାଲୁଗାଁ ଯାଇଥିଲେ, ଆଜି ଚିଲିକା କୂଳରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ସୋମବାର ବାଲୁଗାଁ ଯାଇଥିଲେ, ଆଜି ଚିଲିକା କୂଳରୁ ମିଳିଲା ମୃତଦେହ

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ଜେଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାଣପୁର ଥାନା ବିଷ୍ଣୁଡିହ ଗାଁର ସୁକେଶ ସାହୁ।

ସୋମବାର ଦିନ ସୁକେଶ ଦୁଇ ସାଙ୍ଗଙ୍କ ସହ ବାଇକ୍‌ରେ ବାଲୁଗାଁ ଯାଇଥିଲେ। ରାତିରେ ସାଙ୍ଗମାନେ ଘରକୁ ଫେରିଥିବା ବେଳେ ସେ ଘରକୁ ଫେରି ନଥିଲେ। ଏନେଇ ସୁକେଶଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନଥିଲେ। ଚିଲିକା କୂଳରୁ ତାଙ୍କ ଗାଡ଼ି ମିଳିଥିଲା।

ଗତକାଲି ସୁକେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଚିଲିକା କୂଳ ଜେଟି ନିକଟରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି   ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୁକେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2NNZhBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages