ହତ୍ୟା ଧମକର ଶିକାର ପରେ ପରିବାର ସହିତ ପାକିସ୍ତାନ ଛାଡ଼ିଲେ ଶିଖ୍ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

ହତ୍ୟା ଧମକର ଶିକାର ପରେ ପରିବାର ସହିତ ପାକିସ୍ତାନ ଛାଡ଼ିଲେ ଶିଖ୍ ନେତା

ଲାହୋର: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କୁ ଦିଆଯାଉଥିବା ନିର୍ଯାତନା ଥମିବାର ନାଁ ନେଉନି। ବାରମ୍ୱାର ହତ୍ୟା ଧମକର ଶିକାର ହେବା ପରେ ଶିଖ୍ ନେତା ରାଘେଶି ସିଂହ ନିଜ ପରିବାର ସହିତ ଦେଶ ଛାଡ଼ିଥିବା ଜଣାପଡ଼ିଛି। ଏବେ ସେ କେଉଁଠି ରହିଛନ୍ତି ସେ ବାବଦରେ କିନ୍ତୁ ସୂଚନା ଦେଇ ନାହାନ୍ତି। ଗୋଟିଏ ପଟେ ପାକିସ୍ତାନର ମୁଷ୍ଟିମେୟ ଲୋକ ଅଳ୍ପସଂଖ୍ୟକଙ୍କୁ ଧମକ ଦେଉଛନ୍ତି ଅନ୍ୟପଟେ ସେହି ଅଳ୍ପସଂଖ୍ୟକଙ୍କୁ ସୁରକ୍ଷା ଦେବାକୁ ଯାଇ ଏକ ପ୍ରକାର ହାତ ଟେକିଦେଇଛନ୍ତି ଇମ୍ରାନ ସରକାର।

ରାଘେଶ ସିଂହ ପାକିସ୍ତାନର ଜଣେ ଶିଖ ନେତା। ୨୦୧୮ ସାଧାରଣ ନିର୍ବାଚନରେ ସେ ପେଶାଓ୍ୱାରରୁ ପ୍ରାର୍ଥୀ ହୋଇଥିଲେ। ଏହାପରେ ତାଙ୍କୁ ଅନେକ ପ୍ରକାର ଧମକ ଆସିବା ଆରମ୍ଭ ହୋଇଥିଲା। ସ୍ଥିତି ଏମିତି ହୋଇଛି ଯେ ସେ ପ୍ରଥମେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ୍ କରି କରିଥିଲେ। ଏହାପରେ ପେଶାଓ୍ୱାରରୁ ଲାହୋର ବସରେ ପରିବାର ଲୋକଙ୍କ ସହ ଆସିଥିଲେ। ସେଠାରେ ନିଜର ଏବଂ ପରିବାର ଲୋକଙ୍କ ସୁରକ୍ଷା ପାଇଁ ପୁଲିସକୁ ନିବେଦନ କରିଥିଲେ। ହେଲେ ସୁରକ୍ଷା ପାଇଁ କୌଣସି ପ୍ରତିଶ୍ରୁତି ନମିଳିବାରୁ ରାଘେଶ ନିଜ ଦେଶ ବାଧ୍ୟ ହୋଇ ଛାଡ଼ିଛନ୍ତି।

ବିବିସିର ରିପୋର୍ଟ ଅନୁଯାୟୀ, ରାଘେଶ ଏବେ କେଉଁ ସ୍ଥାନରେ ରହିଛନ୍ତି ସେ ବାବଦରେ କିଛି କହି ନାହାନ୍ତି। ନିଜ ଜୀବନ କଥା ହୋଇଥିଲେ ସେ ଦେଶ ଛାଡ଼ି ନଥାନ୍ତେ ହେଲେ ପରିବାର ଏବଂ ତାଙ୍କ ସହ ଯୋଡ଼ି ହୋଇଥିବା ଲୋକଙ୍କ ଜବୀନ ମରଣ କଥା ହୋଇଥିବାରୁ ବାଧ୍ୟ ହୋଇ ସେ ସମସ୍ତଙ୍କୁ ନେଇ ଦେଶ ଛାଡ଼ିଛନ୍ତି ବୋଲି କହିଛନ୍ତି।

ଭାରତୀୟ ଶିଖ ମଧ୍ୟ ଏଭଳି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅକାଳୀ ଦଳର ମୁଖପାତ୍ର ଦିଲ୍ଲୀ ଶିଖ ଗୁରୁଦ୍ୱାରର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମନଜିନ୍ଦର ସିଂହ ସିରସା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏଭଳି ଘଟଣା ସାରା ଦୁନିଆରେ ଥିବା ଶିଖଙ୍କ ପାଇଁ ଚିନ୍ତାର ବିଷୟ। ପାକିସ୍ତାନରେ ଥିବା ଶିଖ ସମୁଦାୟଙ୍କ ସହ ଭାରତୀୟ ଶିଖ ରହିଛନ୍ତି ବୋଲି ମନଜିନ୍ଦର କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନରେ ଜଣେ ଅଳ୍ପ ସଂଖ୍ୟକ ଝିଅକୁ ଅପହରଣ କରି ନେଇ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା ଏବଂ ପାକିସ୍ତାନର ନାନକାନାରେ ଥିବା ଗୁରୁଦ୍ୱାରା ଉପରେ ଆକ୍ରମଣ ଘଟଣା ପରେ ଏବେ ରାଘେଶ ସିଂହଙ୍କ ଘଟଣା ପାକିସ୍ତାନରେ ଅଳ୍ପ ସଂଖ୍ୟକ କେତେ ସୁରକ୍ଷିତ ତାହା ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2vc1FvL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages