ଆଇସିୟୁରେ ଶବାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 19, 2020

ଆଇସିୟୁରେ ଶବାନା

ମୁମ୍ବାଇ: ଗତ ଶନିବାର ଦୁର୍ଘଟଣାର ଶିକାର ହୋଇଥିବା ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ ଏବେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଅଛନ୍ତି। ତାଙ୍କୁ ଦେଖିବାକୁ ସେଠାକୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ବହୁ ସେଲେବ୍ରିଟି ଯାଉଛନ୍ତି। ଗତକାଲି ଅଭିନେତା ତଥା ଫିଲ୍ମ ନିର୍ମାତା ସତୀଶ କୌଶିକ ତାଙ୍କୁ ଦେଖିବାକୁ ଯାଇଥିଲେ।

ହସ୍‌ପିଟାଲ୍‌ରେ ଶବାନାଙ୍କୁ ଦେଖି ଫେରିବା ପରେ ସତୀଶ କହିଛନ୍ତି, “ଶବାନା ଏବେ ଆଇସିୟୁରେ ଅଛନ୍ତି। ମୁଁ ତାଙ୍କୁ ଗତକାଲି ରାତି ୧୦ଟା ବେଳେ ଦେଖିବାକୁ ଯାଇଥିଲି। ହେଲେ ତାଙ୍କ ସହ କଥା ହୋଇପାରିଲି ନାହିଁ। ତାଙ୍କୁ ଆଖି ପାଖରେ ଆଘାତ ଲାଗିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଙ୍କ କଡ଼ା ନିରୀକ୍ଷଣରେ ରଖାଯିବ। ସେ ଶୀଘ୍ର ଠିକ୍‌ ହୋଇଯିବେ।’ ସୂଚନା ଅନୁଯାୟୀ, ଶବାନାଙ୍କ ବେକରେ ବି ଜୋରରେ ଆଘାତ ଲାଗିଛି।

ସତୀଶଙ୍କ ବ୍ୟତୀତ ଶିବାନୀ ଡାଣ୍ଡେକର୍, ତବୁ ଓ ଅନୀଲ କପୁର୍‌ଙ୍କ ଭଳି ଆହୁରି କିଛି ସେଲେବ୍ରିଟି  ତାଙ୍କୁ ଦେଖିବାପାଇଁ ହସ୍ପିଟାଲ୍‌ ଯାଇଥିଲେ। ବର୍ତ୍ତମାନ ହସ୍ପିଟାଲ୍‌ରେ ଶବାନାଙ୍କ ସହିତ ତାଙ୍କ ସ୍ୱାମୀ ତଥା ପ୍ରଖ୍ୟାତ ଗୀତିକାର ଓ କବି ଜାଭେଦ ଅଖତର ଅଛନ୍ତି। ଜାଭେଦଙ୍କ ପୁଅ ଫରହାନ୍‌ ବି ଡାକ୍ତରଖାନାରେ ଅଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ମୁମ୍ବାଇ-ପୁନେ ଏକ୍ସପ୍ରେସ୍‌ୱେର ଖାଲାପୁର ଟୋଲ୍‌ ପ୍ଲାଜା ନିକଟରେ ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ କାର୍‌ ଏକ ଟ୍ରକ୍ ପଛରେ ଜୋରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଶବାନାଙ୍କ ସହିତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ଜାଭେଦ ଅଖତର ଆଉ ଏକ କାର୍‌ରେ ତାଙ୍କ ପଛରେ ଆସୁଥିଲେ। ଏହି ଦୁର୍ଘଟଣା ନେଇ ଟ୍ରକ୍‌ ଡ୍ରାଇଭର୍‌ ଶବାନାଙ୍କ କାର୍‌ ଡ୍ରାଇଭର୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଛନ୍ତି। ଶବାନାଙ୍କ ଡ୍ରାଇଭର ଦ୍ରୁତ ଗତିରେ କାର୍‌ ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି ସେ ତାଙ୍କ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି।



from Odisha Reporter https://ift.tt/3aoTkVy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages