ଅସୀମ୍‌ଙ୍କୁ ମିଳିବ ବିଗ୍‌ ବ୍ରେକ୍‌, ବଲିଉଡ୍‌ରେ କରିବେ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଅସୀମ୍‌ଙ୍କୁ ମିଳିବ ବିଗ୍‌ ବ୍ରେକ୍‌, ବଲିଉଡ୍‌ରେ କରିବେ ଏଣ୍ଟ୍ରି

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ ଫାଇନାଲ୍‌ ଏପିସୋଡ୍ ଆଡ଼କୁ ପାଖେଇବା ସହିତ ପ୍ରତିଯୋଗୀମାନେ ପରସ୍ପରକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଟକ୍କର ଦେଉଛନ୍ତି। ସମସ୍ତେ ଲାଗିପଡ଼ିଛନ୍ତି ନିଜର ଦବଦବା ଜାହିର୍‌ କରିବାକୁ। ଆଉ ତା’ ମଧ୍ୟରେ କିଛି ପ୍ରତିଯୋଗୀଙ୍କ ଇମେଜ୍‌ ଖରାପ ହେବାରେ ଲାଗିଛି ତ ଆଉ କିଛି ପ୍ରତିଯୋଗୀଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅସୀମ ରିୟାଜ୍ ଜଣେ। ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।  ପ୍ରାୟ ସବୁ ସପ୍ତାହରେ ସେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହୁଛନ୍ତି। ଆଉ ଏବେ ଖବର ଆସିଛି ଯେ ତାଙ୍କୁ ଏକ ବଡ଼ ଅଫର୍ ମିଳିପାରେ।

ସୂଚନା ଅନୁଯାୟୀ, ଅସୀମଙ୍କୁ ବଲିଉଡ୍‌ରୁ ଏକ ବିଗ୍‌ ବ୍ରେକ୍‌ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ‘ବିଗ୍‌ ବସ୍‌’ରେ ଥିବା ଭିତରେ ଏକ ବଡ଼ ଫିଲ୍ମ ସାଇନ୍‌ କରିପାରନ୍ତି। କୁହାଯାଉଛି, ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଅସୀମଙ୍କୁ ସନ୍ନି ଲିଓନିଙ୍କ ସହ ନିଜ ଅପ୍‌କମିଂ ଫିଲ୍ମରେ କାଷ୍ଟ କରିବାକୁ ଯୋଜନା କରିଛନ୍ତି। ଅବଶ୍ୟ ଏ ନେଇ ମହେଶ ଭଟ୍ଟଙ୍କ ତରଫରୁ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନାହିଁ। ହେଲେ ଅସୀମଙ୍କ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଥିବା କଥା ଜାଣି ତାଙ୍କ ଫ୍ୟାନ୍‌ମାନେ ବହୁତ ଖୁସି ଅଛନ୍ତି।

‘ବିଗ୍‌ ବସ୍‌’ ହାଉସ୍‌ ଭିତରେ ଥାଇ ଅସୀମଙ୍କର ଏହା ଦ୍ୱିତୀୟ ଅଫର୍‌। ଏହା ପୂର୍ବରୁ ରୋହିତ୍‌ ଶେଟ୍ଟୀଙ୍କ ଶୋ’ ‘ଖତରୋଁ କେ ଖିଲାଡ଼ୀ ୧୧’ ପାଇଁ ତାଙ୍କୁ ଅଫର୍ ଦିଆସରିଛି। ପୂର୍ବରୁ ଏହି ଶୋ’ରେ ‘ବିଗ୍‌ ବସ୍‌’ର ବହୁ ପ୍ରତିଯୋଗୀ ଭାଗ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାର୍ଥ ଶୁକ୍ଲା, ହିନା ଖାନ୍‌, ଶ୍ରୀସନ୍ଥ, ବିକାଶ ଗୁପ୍ତା ଓ ମନବୀର ଗୁଜ୍ଜର। କୁହାଯାଉଛି, ଅସୀମଙ୍କ ଲୋକପ୍ରିୟତା ତଥା ‘ବିବି’ ଘରେ ଯେଉଁ ଭଳି ଢଙ୍ଗରେ ସେ ସବୁ ଟାସ୍କ ପୂରା କରୁଛନ୍ତି, ତାକୁ ଦେଖି ରୋହିତ୍ ଏହି ଅଫର୍ ଦେଇଛନ୍ତି।



from Odisha Reporter https://ift.tt/2U41vke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages