ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌; ୨ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌; ୨ ମୃତ, ୨ ଗୁରୁତର

ସମ୍ୱଲପୁର (ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ଯୁଯୁମରା ଛକ ନିକଟରେ ଏକ ବସ୍‌ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ରାସ୍ତା କାମ କରିବା ପାଇଁ ଶ୍ରମିକମାନେ ଟ୍ରାକ୍ଟରରେ ଯାଉଥିବା ବେଳେ ଯୁଯୁମରା ଛକ ନିକଟରେ ବସ୍‌ଟି ସେମାନଙ୍କୁ ଧକ୍କା ଦେଇଥିଲା। ବସ୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି। ବସ୍‌ଟି ଟ୍ରାକ୍ଟରକୁ ଧକ୍କା ଦେବା ପରେ ଏଥିରେ ବସିଥିବା ଶ୍ରମିକମାନେ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଥିବା ଦୁଇ ଜଣ ଶ୍ରମିକଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ସମ୍ୱଲପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।



from Odisha Reporter https://ift.tt/2O0KiVg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages