ସ୍ୱପ୍ନ ସାକାର ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

ସ୍ୱପ୍ନ ସାକାର ହେଲା

ମୁମ୍ବାଇ: ଭୂମି ପେଡନେକର ବଲିଉଡ୍‌ର ଜଣେ ଲୋକପ୍ରିୟ କଳାକାର। ଜବରଦସ୍ତ ଅଭିନୟ ପାଇଁ ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ସାରିଛନ୍ତି। ଗତବର୍ଷ ତାଙ୍କର ‘ସାଣ୍ଡ କୀ ଆଁଖ’, ‘ବାଲା’ ଓ ‘ପତି ପତ୍ନୀ ଔର ୱ’ ରିଲିଜ୍ ହୋଇଥିଲା। ଏହି ସବୁ ଫିଲ୍ମକୁ ଲୋକେ ପସନ୍ଦ କରିଥିଲେ। ଏ ବର୍ଷ ତାଙ୍କ ହାତରେ ବେଶ୍ କିଛି ଫିଲ୍ମ ଥିବା ବେଳେ ତା’ ଭିତରୁ ଗୋଟିଏ ବହୁତ ବଡ଼ ପ୍ରୋଜେକ୍ଟ ରହିଛି। ଅବଶ୍ୟ ଏ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେବେ ଏହି ଫିଲ୍ମ ପାଇଁ ଭୂମି ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି ଓ ତାଙ୍କ ସ୍ୱପ୍ନ ସାକାର ହୋଇଛି ବୋଲି କହିଛନ୍ତି।

ଏହି ଫିଲ୍ମଟିର ନାଁ ହେଉଛି ‘ତଖ୍‌ତ’। ଏହା ହେଉଛି ଏକ ହିଷ୍ଟୋରିକାଲ୍ ପିରିୟଡ୍ ଡ୍ରାମା। ଏହାର ନିର୍ଦ୍ଦେଶନା ଦେବେ କରଣ ଜୋହର। ଏହା ହେଉଛି ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ। ଶାସନ ଗାଦି ଅକ୍ତିଆର କରିବାକୁ ମୋଗଲ ଶାସକ ଶାହଜାନଙ୍କ ଦୁଇ ପୁଅ ଦାରା ଶିକୋ ଓ ଔରାଙ୍ଗଜେବଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ ହୋଇଛି। ଏଥିରେ ଦାରା ଶିକୋଙ୍କ ପ୍ରଥମ ପତ୍ନୀ ନାଦିରା ବାନୁ ବେଗମ୍ ଭୂମିକାରେ ଅଭିନୟ କରିବେ ଭୂମି। ତେବେ କରଣ ଜୋହରଙ୍କ ସହିତ କାମ କରିବାକୁ ସୁଯୋଗ ପାଇଥିବାରୁ ସେ ଭାରି ଖୁସି ଅଛନ୍ତି।

ଏକ ସାକ୍ଷାତକାରରେ ଭୂମି କହିଛନ୍ତି, “ମୁଁ ‘ତଖ୍‌ତ’ର ଶୁଟିଂ ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ। କରଣ ହେଉଛନ୍ତି ମୋର ମନପସନ୍ଦର ନିର୍ଦ୍ଦେଶକ। ତାଙ୍କ ସହିତ କାମ କରିବା ଅର୍ଥ ମୋ ସ୍ୱପ୍ନ ସତ ହେବା ସହିତ ସମାନ।”

ସେ ଆହୁରି କହିଛନ୍ତି, “ମୁଁ କରଣଙ୍କ ପାଖରେ ଋଣି ଯେ ସେ ମୋତେ ତାଙ୍କ ଫିଲ୍ମରେ ନେଇଛନ୍ତି। ମୋତେ ଖୁସି ଲାଗୁଛି ଯେ ସେ ମୋ ଉପରେ ଭରସା କରିପାରିଛନ୍ତି। ସେ ଯେମିତି କହିବେ ମୁଁ ସେମିତି ଅଭିନୟ କରିବି। ତାଙ୍କ ସହିତ କାମ କରି ମୁଁ ମୋ ଅଭିନୟ ଦକ୍ଷତାକୁ ବିକଶିତ କରିପାରିବି ବୋଲି ବିଶ୍ୱାସ ଅଛି।”

‘ତଖତ୍‌’ରେ ଭୂମିଙ୍କ ବ୍ୟତୀତ ଅନୀଲ କପୁର, କରୀନା କପୁର, ରଣବୀର ସିଂହ, ଭିକ୍କି କୌଶଲ, ଆଲିଆ ଭଟ୍ଟ ଓ ଜାହ୍ନବୀ କପୁର ପ୍ରମୁଖ ଅଭିନୟ କରିବେ। ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରୁ ଏହାର ଶୁଟିଂ ଆରମ୍ଭ ହେବ। ଫିଲ୍ମର କିଛି ଭାଗର ଶୁଟିଂ ବିଦେଶରେ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।

 

 



from Odisha Reporter https://ift.tt/2G2HjHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages