କାହିଁକି ଓ କେମିତି ନିହତ ହୋଇଥିଲେ ସୁଲେମାନୀ, ଉତ୍ତର ଦେଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 18, 2020

କାହିଁକି ଓ କେମିତି ନିହତ ହୋଇଥିଲେ ସୁଲେମାନୀ, ଉତ୍ତର ଦେଲେ ଟ୍ରମ୍ପ

ୱାଶିଂଟନ୍‌: ଇରାନ ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ କରି ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଜାନୁଆରୀ ୩ରେ କେମିତି ଓ କାହିଁକି ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା, ତା’ର ଟିକିନିକି ତଥ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି।

ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ହିଁ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା ଓ ଏହି ଦୃଶ୍ୟକୁ ସେ ନିଜେ ହ୍ୱାଇଟହାଉସ ସିଚ୍ୟୁଏସନ ରୁମରେ ବସି ମନିଟର କରିଥିଲେ। ଫ୍ଲରିଡାର ପାଲମ ବିଚ୍‌ରେ ଥିବା ମାର-ଏ-ଲାଗୋ କ୍ଲବରେ ଆୟୋଜିତ ଏକ କାର୍ଯକ୍ରମରେ ଟ୍ରମ୍ପ ଏକଥା କହିଛନ୍ତି।

ଅବଶ୍ୟ ଏହି କାର୍ଯ୍ୟକ୍ରମକୁ ରିପୋର୍ଟର ମାନଙ୍କୁ ଯିବା ପାଇଁ ଅନୁମତି ନଥିଲା। ହେଲେ ସିଏନଏନ ଟ୍ରମ୍ପଙ୍କ ଅଡିଓ କ୍ଲିପକୁ ରେକର୍ଡ କରିବାରେ ସକ୍ଷମ ହୋଇଛି। ଟ୍ରମ୍ପ କହିଛନ୍ତି, “ଘଟଣା ଦିନ ସୁଲେମାନେ ଓ ତାଙ୍କ ସହଯୋଗୀମାନେ ଏକାଠି କାରରେ ଆସୁଥିଲେ। ଇରାକର ବାଗଦାଦୀ ଏୟାରପୋର୍ଟକୁ ସେମାନେ ଆସୁଥିବା ଆମେ ପୂର୍ବରୁ ଜାଣିବାକୁ ପାଇଥିଲୁ।

ଏହି ସମୟରେ ଅପରେସନରେ ସାମିଲ ଥିବା ଅଧିକାରୀ ମୋତେ କହିଥିଲେ, ସେମାନ ଏକାଠି ଅଛନ୍ତି ସାର୍। ସାର, ସେମାନଙ୍କ ପାଖରେ ୨ ମିନିଟ୍‌ ଓ ୧୧ ସେକେଣ୍ଡର ସମୟ ରହିଛି। ସେମାନେ ଆଉ ୨ ମିନିଟ୍ ୧୧ ସେକେଣ୍ଡ ପାଇଁ ବଞ୍ଚିବେ ସାର। ସାର ସେମାନେ କାରରେ ଅଛନ୍ତି। ସାର ସେମାନଙ୍କ ପାଖରେ ଆଉ ଗୋଟିଏ ମିନିଟ୍‌ ବଞ୍ଚିବା ପାଇଁ ସମୟ ରହିଛି। ସାର ଏବେ ୩୦, ୨୯, ୧୦, ୯, ୮ ସେକେଣ୍ଡ ରହିଛି ସାର…। ଏହାପରେ ଜୋରଜବରଦସ୍ତ ବିସ୍ଫୋରଣ ହୋଇଥିଲା। ସେମାନେଙ୍କ ଜୀବନ ଦୀପ ଲିଭି ଗଲା ସାର୍‌। ଏହା ପରେ ଫୋନ କଟି ଯାଇଥିଲା। ଏହାପରେ ମୁଁ ପଚାରି ଥିଲି ଯେ କୁଆଡ଼େ ଗଲେ କାର ଭିତରେ ଥିବା ସୁଲେମାନୀ ଓ ତା’ର ସହଯୋଗୀ।

ମୋର ଏହି କଥା ପରେ ଫୋନ ଲାଇନ କଟି ଯାଇଥିଲା।” ପ୍ରଥମଥର ପାଇଁ ସୁଲେମାନୀଙ୍କୁ ହତ୍ୟା କରାଯିବା ସମ୍ପର୍କରେ ଟ୍ରମ୍ପ ମିନିଟ୍ ଟୁ ମିନିଟ୍ ତଥ୍ୟ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, “ଏୟାର ଷ୍ଟ୍ରାଇକ ପକ୍ଷରୁ ଆମେରିକା ସମ୍ପର୍କରେ ସୁଲେମାନୀ ଅନେକ ଖରାପ କଥା କହିଥିଲା। ଆମେରିକା ବିରୋଧରେ ମଧ୍ୟ ଷଡ଼ଯନ୍ତ୍ର କରିଥିଲା। ଏହି କାରଣ ପାଇଁ ଆମେ ସୁଲେମାନୀକୁ ହତ୍ୟା କରିଛୁ।”

ଶୁକ୍ରବାର ଟ୍ରମ୍ପ ଇରାନର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନିଙ୍କୁ ଧମକ ଦେଇଥିଲେ। ସେ କହିଥିଲେ, “ଖାମେନି ମନ୍ତବ୍ୟ ଦେବା ବେଳେ ଠିକ ଶବ୍ଦ ପ୍ରୟୋଗ କରନ୍ତୁ। ନଚେତ ଏହାର ପରିଣାମ ଭୟଙ୍କର ହେବ।” ସୁଲେମାନୀଙ୍କ ମୃତ୍ୟୁ ପରେ ଏହାର ବଦଲା ଆମେରିକା ଉପରେ ନେବାକୁ ଇରାନ ପଣ କରିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଟକରା ଟକ୍କରରି ଜାରି ରହିଛି।



from Odisha Reporter https://ift.tt/379GI2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages