ଇରାନର ସୁପ୍ରିମ ଲିଡରଙ୍କୁ ଟ୍ରମ୍ପଙ୍କ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ଇରାନର ସୁପ୍ରିମ ଲିଡରଙ୍କୁ ଟ୍ରମ୍ପଙ୍କ ଚେତାବନୀ

ଓ୍ୱାଶିଂଟନ: ଇରାନର ସୁପ୍ରିମ ଲିଡ଼ର ଅୟାତୁଲ୍ଲାହ ଅଲୀ ଖାମନେଈଙ୍କ ବିବାଦୟୀ ମନ୍ତବ୍ୟକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ୟୁରୋପୀୟ ଦେଶ ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ଆମେରିକାର ‘ଚାକର’ ବୋଲି ଇରାନର ସୁପ୍ରିମ ଲିଡ଼ର କହିଥିଲେ। ପରେ ଏହାର ଜବାବ ଦେବାକୁ ଯାଇ ଏଭଳି ଶବ୍ଦ ପ୍ରୟୋଗରୁ ଦୂରେଇ ରହିବାକୁ କହିଛନ୍ତି ଟ୍ରମ୍ପ। ଯଦିଓ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ମିସାଇଲ ମାଡ଼ ଏବେ ବନ୍ଦ ରହିଛି। ହେଲେ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ଟୁଇଟ୍ ଓ୍ୱାର ଚାଲିଛି।

୧୭ ଜାନୁଆରୀରେ ଇରାନର ସୁପ୍ରିମ ଲିଡ଼ର ଟୁଇଟ୍ କରି ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ, ଇରାନ ମାମଲାକୁ ସୁରକ୍ଷା ପରିଷଦ ଆଗକୁ ନେଇଥିବା ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ସରକାରର କାମ ପ୍ରମାଣ କରିଛି ଯେ ସେମାନେ ଆମେରିକାର ‘ଚାକର’। ଏହି ତିନି ଦେଶ ସଦାମ ହୁସେନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଅନେକ ସାହାଯ୍ୟ କରିଥିଲେ ବୋଲି ସେ କହିଥିଲେ।

ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେବାକୁ ଯାଇ ନିଜ ଷ୍ଟାଇଲରେ ଟୁଇଟ୍ କରି କହିଛନ୍ତି, ‘ତଥାକଥିତ ସୁପ୍ରିମ ଲିଡର ୟୁରୋପ ଏବଂ ଆମେରିକାକୁ ନେଇ ବହୁତ ଭଲ କଥା କହିଛନ୍ତି। ତାଙ୍କର ଅର୍ଥବ୍ୟବସ୍ଥା ଭୁଶୁଡ଼ିବାକୁ ଯାଉଛି। ତାଙ୍କର ଲୋକମାନେ ଏହାର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ନିଜ ଶବ୍ଦ ପ୍ରୟୋଗ ଉପରେ ସାବଧାନ ରହିବା ଆବଶ୍ୟକ’।

ଏହାପରେ ଟ୍ରମ୍ପ ଆଉ ଏକ ଟୁଇଟ୍ କରି କହିଛନ୍ତି, ଯେଉଁ ଇରାନବାସୀ ଆମେରିକାକୁ ଭଲ ପାଇନ୍ତି ସେମାନଙ୍କୁ ଆହ୍ୱାନ କରୁଛି। ଏମିତି ଏକ ସରକାର ବାଛିବା ଦରକାର ଯିଏ ଆପଣମାନଙ୍କ ସ୍ୱପ୍ନକୁ ଧ୍ୱସଂ କରିବା ବଦଳରେ ପୂରଣ କରୁଥିବ। ଇରାନରେ ଆତଙ୍କବାଦୀଙ୍କୁ ବଢ଼ାଇବା ପୂର୍ବରୁ ତାଙ୍କୁ ନିପାତ କରି ଏକ ମହାନ ଇରାନ ତିଆରି କରିବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି।

ଏହାର ଜବାବ ମଧ୍ୟ ଇରାନର ସୁପ୍ରିମ ଲିଡ଼ର ଦେଇଛନ୍ତି, ଆମେରିକା ରାଷ୍ଟ୍ରପତି ଇରାନବାସୀଙ୍କୁ ଭଲ ପାଉଛନ୍ତି ବୋଲି ବାର୍ତ୍ତା ଦେଇ ଭିଲେନ ରୋଲ୍ କରୁଛି। ଇରାନବାସୀଙ୍କୁ ଆମେରିକା ଯଦି ଭଲ ପାଉଛି ଏହାର ଉଦ୍ଦେଶ୍ୟ ହେଲା ତାଙ୍କ ଛାତି ଉପରେ ଛିଡ଼ା ହୋଇ ହତ୍ୟା କରିବା ପାଇଁ ଆମେରିକା ଭଲ ପାଉଛି।

ଏହାପରେ ଟ୍ରମ୍ପ ଇରାନ ସୁପ୍ରିମ ଲିଡ଼ରଙ୍କୁ ଜବାବ ଦେବାକୁ ଯାଇ କହିଛନ୍ତି, ମୁଁ କୌଣସି ହତ୍ୟା ନୁହେଁ ବରଂ ଇରାନବାସୀଙ୍କ ସ୍ୱପ୍ନ ପୂରଣ କରାଇବା ପାଇଁ ଚାହୁଁଛନ୍ତି। ଇରାନ ଧ୍ୱସଂମୁହାଁ ହେବା ପୂର୍ବରୁ ଇରାନ ନେତାମାନେ ଆତଙ୍କବାଦୀଙ୍କୁ ଏକ ଘରିକିଆ କରି ଇରାନକୁ ଆଗକୁ ନେବା ଦରକାର।



from Odisha Reporter https://ift.tt/2v2ydIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages