ରାହୁଲଙ୍କୁ କେରଳବାସୀ ନିର୍ବାଚିତ କରି ଭୁଲ୍ କରିଛନ୍ତି: ରାମଚନ୍ଦ୍ର ଗୁହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ରାହୁଲଙ୍କୁ କେରଳବାସୀ ନିର୍ବାଚିତ କରି ଭୁଲ୍ କରିଛନ୍ତି: ରାମଚନ୍ଦ୍ର ଗୁହା

ତ୍ରିଭେନ୍ଦ୍ରମ: କଥାକଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ବିରୋଧ କରୁଥିବା ଐତିହାସିକ ରାମଚନ୍ଦ୍ର ଗୁହା ଏବେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ନିକଟରେ ସିଏଏକୁ ବିରୋଧ କରି ପୁଲିସ ଦ୍ୱାରା ଗିରଫ ହୋଇଥିଲେ ଗୁହା। ଏବେ ସେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରି କହିଛନ୍ତି, କେରଳବାସୀ ରାହୁଲ ଗାନ୍ଧିଙ୍କୁ ସଂସଦକୁ ପଠାଇ ଭୁଲ୍ କରିଛନ୍ତି।

ଯଦି ୨୦୨୪ରେ କେରଳବାସୀ ରାହୁଲ ଗାନ୍ଧିଙ୍କୁ ଦ୍ୱିତୀୟ ଥର ନିର୍ବାଚିତ କରିବେ ତା’ହେଲେ ନରେନ୍ଦ୍ର ମୋଦିଙ୍କୁ ଫାଇଦା ହେବ। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ଜଣେ ପରିଶ୍ରମ କରୁଥିବା ବ୍ୟକ୍ତି, ଯିଏକି ନିଜ ଚେଷ୍ଟା ବଳରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋଲି ଗୁହା କହିଛନ୍ତି। ଦୀର୍ଘ ବର୍ଷ ଧରି ରାହୁଲଙ୍କ ଦଳ କଂଗ୍ରେସ ଦେଶରେ ଶାସନ କରିଛି। ହେଲେ ମୋଦିଙ୍କ ସାମ୍ନାରେ ରାହୁଲ କେବେ କ୍ଷମତାକୁ ଫେରିପାରିବେ ନାହିଁ ବୋଲି ଗୁହା କହିଛନ୍ତି।

ଦେଶ ସ୍ୱାଧୀନତା ପାଇବା ବେଳେ କଂଗ୍ରେସ ଗୋଟିଏ ମହାନ ଦଳ ଭାବରେ ପରିଗଣିତ ହୋଇଥିଲା। କାଳକ୍ରମେ କିନ୍ତୁ ଏହା ଦୟନୀୟ ପାରିବାରିକ ସ୍ଥିତିକୁ ପଳାଇଆସିଛି। ଏହାର କାରଣ ଦେଶରେ ହିନ୍ଦୁତ୍ୱକୁ ଅଧିକ ଗୁରୁତ୍ୱ ଦିଆଯିବା ଏବଂ କଟ୍ଟର ଦେଶପ୍ରେମ। ଦେଶପ୍ରେମ ଏବଂ କଟ୍ଟର ଦେଶପ୍ରେମ ବାବଦରେ ଲୋକଙ୍କୁ ଉଦବୋଧନ ଦେଉଥିବା ବେଳେ ଏକ ଜନସମାବେଶରେ ଗୁହା ଏହା କହିଛନ୍ତି। ଏହାପରେ ସେ କହିଥିଲେ, ଭାରତ ପାଇଁ କେରଳ ଅନେକ କାମ କରିଛି। ହେଲେ ରାହୁଲ ଗାନ୍ଧିଙ୍କୁ ସଂସଦ ପଠାଇ କେରଳ ବିନାଶକାରୀ କାମ କରିଛି ବୋଲି ଗୁହା କହିଥିଲେ।

ରାହୁଲ ଗାନ୍ଧି ଯଦି ଅଧିକ ସମୟ ପରିଶ୍ରମ କରିଥାନ୍ତେ, ୟୁରୋପରେ କମ୍ ଛୁଟି କଟାଇଥାନ୍ତେ ତା’ହେଲେ ବି ମୋଦିଙ୍କୁ ଟକ୍କର ଦେଇ ପାରି ନଥାନ୍ତେ। ଏଥିସହ ସୋନିଆ ଗାନ୍ଧିଙ୍କୁ କଟାକ୍ଷ କରି କହିଛନ୍ତି, ସୋନିଆ ହେଉଛନ୍ତି ଶେଷ ହୋଇଯାଇଥିବା ମୋଗଲ ବଂଶ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ କେରଳର ଓ୍ୱାଏନାଡ଼ ଏବଂ ଉତ୍ତର ପ୍ରଦେଶର ନିଜ ଗଡ଼ ଆମେଠିରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଆମେଠିରୁ ସେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ପାଖରୁ ହାରିଥିଲେ।



from Odisha Reporter https://ift.tt/2NGcEUG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages