‘ଦବଙ୍ଗ ୩’ର ଭିଲେନ୍‌ଙ୍କୁ କୋଟିଏ ଟଙ୍କାର କାର୍‌ ଦେଲେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

‘ଦବଙ୍ଗ ୩’ର ଭିଲେନ୍‌ଙ୍କୁ କୋଟିଏ ଟଙ୍କାର କାର୍‌ ଦେଲେ ସଲ୍‌ମାନ୍‌

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲ୍‌ମାନ୍‌ଙ୍କ ଫିଲ୍ମ ‘ଦବଙ୍ଗ ୩’ ବେଶ୍‌ ଚର୍ଚ୍ଚାରେ ରହିଛି। ଫିଲ୍ମଟି ଡିସେମ୍ବର ୨୦ରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ଭାରତରେ ୧୪୦ କୋଟିରୁ ଅଧିକ ଓ ବିଶ୍ୱ ବ୍ୟାପି ୨୦୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି। ଆଉ ଏବେ ବି ଫିଲ୍ମଟି ଥିଏଟର୍‌ରେ ଚାଲୁଛି। ଦର୍ଶକଙ୍କୁ ଏହା ବେଶ୍ ପସନ୍ଦ ମଧ୍ୟ ଆସୁଛି। ଫିଲ୍ମରେ ସଲ୍‌ମାନଙ୍କ ଦମ୍‌ଦାର୍‌ ଆକ୍ସନ ଓ ଅଭିନୟ ବ୍ୟତୀତ ଫିଲ୍ମର ଭିଲେନ୍‌ଙ୍କୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

ଏହା ପ୍ରଥମ ଥର ହୋଇଛି ଯେବେ ସଲ୍‌ମାନ୍‌ଙ୍କ ଫିଲ୍ମରେ ସଲ୍‌ମାନ୍‌ଙ୍କଠୁ ଅଧିକ ଅନ୍ୟ କୌଣସି ଅଭିନେତା ଚର୍ଚ୍ଚାରେ ଅଛନ୍ତି। ଆମେ କହୁଛୁ ଫିଲ୍ମରେ ଭିଲେନ୍‌ ଭୂମିକାରେ ଅଭିନୟ କରିଥିବା ସାଉଥ୍ ସୁପର୍‌ଷ୍ଟାର କିଚ୍ଚା ସୁଦୀପଙ୍କ ବିଷୟରେ। ତାଙ୍କ ଜବରଦସ୍ତ ଅଭିନୟ ଓ ଦମ୍‌ଦାର୍ ଆକ୍ସନ୍‌ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏପରିକି ଦର୍ଶକଙ୍କୁ ଫିଲ୍ମରେ ସଲ୍‌ମାନଙ୍କଠୁ ଅଧିକ କିଚ୍ଚା ସୁଦୀପଙ୍କ ଅଭିନୟ ଭଲ ଲାଗୁଛି। କେବଳ ଦର୍ଶକ ନୁହେଁ ନିଜେ ସଲ୍‌ମାନ୍‌ ମଧ୍ୟ ତାଙ୍କର ଫ୍ୟାନ୍‌ ହୋଇଯାଇଛନ୍ତି।

ସଲ୍‌ମାନ ‘ଦବଙ୍ଗ ୩’ରେ କିଚ୍ଚାଙ୍କ ଅଭିନୟରେ ଏତେ ଇମ୍ପ୍ରେସ୍‌ ହୋଇଯାଇଛନ୍ତି ଯେ ସେ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍‌ ଉପହାର ଦେଇଛନ୍ତି। ସୂଚନା ଅନୁଯାୟୀ ସେ ତାଙ୍କୁ ୧.୫୫ କୋଟି ଟଙ୍କା ମୂଲ୍ୟର ଏକ  BMW M5  କାର୍‌ ଗିଫ୍ଟ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସଲ୍‌ମାନ୍‌ ଓ କିଚ୍ଚା ପରସ୍ପରର ଭଲ ବନ୍ଧୁ ମଧ୍ୟ ହୋଇଯାଇଛନ୍ତି। ତେଣୁ ତାଙ୍କଠୁ ଏତେ ଭଲ ସର୍ପ୍ରାଇଜ୍‌ ଗିଫ୍ଟ ପାଇ କିଚ୍ଚା ବେଶ୍ ଖୁସି ଅଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ପଟୋ ଫୋଷ୍ଟ କରି ସଲ୍‌ମାନ୍‌ ତାଙ୍କ ଘରକୁ ଆସି ଏତେ ଭଲ ସର୍ପ୍ରାଇଜ୍‌ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସଲ୍‌ମାନ୍‌ ତାଙ୍କୁ ନିଜ ସହ କାମ କରିବାକୁ ସୁଯୋଗ ଦେଇଥିବାରୁ ଓ ତାଙ୍କ ଉପରେ ଭରସା କରିଥିବାରୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

View this post on Instagram

The sweetest thee is……

A post shared by kicchasudeep (@kichchasudeepa) on

ସୂଚନାଯୋଗ୍ୟ, ଏହି ଫିଲ୍ମଟି ସଲ୍‌ମାନ୍‌ଙ୍କ ସୁପର୍‌ହିଟ୍‌ ସିରିଜ୍ ‘ଦବଙ୍ଗ’ର ତୃତୀୟ ଫିଲ୍ମ। ଏହା ପୂର୍ବରୁ‘ଦବଙ୍ଗ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ସୁପର୍‌ହିଟ୍‌ ହୋଇଥିଲା ଫିଲ୍ମରେ ସଲ୍‌ମାନ୍‌ ଓ କିଚ୍ଚାଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଅରବାଜ୍‌ ଖାନ୍‌ ଓ ସାଇ ମଞ୍ଜରେକର ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା।

 



from Odisha Reporter https://ift.tt/2tA1r0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages