ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଅବସ୍ଥା ଗୁରତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସେ ଶନିବାର ସନ୍ଧ୍ୟାରେ ଟିଉସନ୍‌ ହେବାକୁ ପମ୍ପ୍ ହାଉସ୍ ନିକଟକୁ ଯାଇଥିଲା। ମାତ୍ର ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତା’ ପରଦିନ ଅର୍ଥାତ୍ ରବିବାର ନାବାଳିକାଟି କୋଏଲ ନଦୀ ନିକଟରେ ବସି କାନ୍ଦୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ଦେଖିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଥିବା ଚାଇଲ୍ଡ ଲାଇନର “ସଖୀ”ରେ ଭର୍ତ୍ତି କରିଥିଲେ ଏବଂ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଗତକାଲି ତାଙ୍କ ପରିବାର ଲୋକେ ଝିରିପାଣି ଥାନାରେ ଏତଲା ଦେଇଛନ୍ତି। ଏହାସହ ‘ସଖୀ’ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି।
ପୁଲିସ୍ ଝିଅଟିର ଡାକ୍ତରୀମାଇନା କରି ଘଟଣାର ତଦନ୍ତ କରୁଛି। ପୁଲିସ୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି।



from Odisha Reporter https://ift.tt/2uw3e7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages