ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, କାହିଁକି ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, କାହିଁକି ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯେଉଁ ମହିଳା ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ସେଦିନ ସିଏ ତାଙ୍କ ପତ୍ନୀ ଥିଲେ। ତେଣୁ କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆଡିସନାଲ ସେସନ୍ସ ଜଜ୍‌ ଉମେଦ ସିଂହ ଗ୍ରେୱାଲ କହିଛନ୍ତି, “ମହିଳା ଜଣଙ୍କ ୨୦୧୬ ଜୁଲାଇ ୫ରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। କିନ୍ତୁ ସେଦିନ ସିଏ ବ୍ୟକ୍ତି ଜଣଙ୍କର ପତ୍ନୀ ଥିଲେ ବୋଲି ଜଣାପଡ଼ିଛି। ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ୨୦୧୫ ନଭେମ୍ବର ୨ ତାରିଖରେ ବାହା ହୋଇଥିଲେ। ଏହାପରେ ହିଁ ସେ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ତେଣୁ ଏଭଳି ଘଟଣାକୁ ଦୁଷ୍କର୍ମ ଭାବେ ନିଆ ନ ଯାଇପାରେ।”

ମହିଳା ଜଣ ଉକ୍ତ ବ୍ୟକ୍ତିଙ୍କ ସହ ପଞ୍ଜାବରେ ରହୁଥିଲେ। ତେବେ ଏହି ସମୟରେ ବ୍ୟକ୍ତି ଜଣଙ୍କ ଚୋରି କରି ଦୋଷୀ ସାବ୍ୟସ୍ତ ହୋଇଥିବା ଖବର ତାଙ୍କ ପାଖରେ ପହଞ୍ଚିଥିଲା। ଏଥିରେ ରାଗି ଯାଇ ମହିଳା ଜଣଙ୍କ କାହାକୁ କିଛି ନ କହି ଦିଲ୍ଲୀ ଚାଲି ଆସିଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ଦିଲ୍ଲୀ ଆସି ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପୁଣିଥରେ ଉଭୟ ଏକାଠି ରହିଥିଲେ।

କିଛି ଦିନ ପରେ ମହିଳାଙ୍କ ଠାରୁ ବ୍ୟକ୍ତି ଜଣଙ୍କ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ଏହାପରେ ମହିଳା ଜଣଙ୍କ ତାଙ୍କ ସହ ରହିବାକୁ ଆଉ ରାଜି ହୋଇ ନଥିଲେ। ପୁଲିସ୍‌ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରିଥିଲା। ଜେଲରୁ ମୁକୁଳିବା ପରେ ବ୍ୟକ୍ତି ଜଣଙ୍କ ମହିଳାଙ୍କ ଘରକୁ ଯିବା ସହ ତାଙ୍କ ସହ ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଥିଲା।

କୋର୍ଟ କହିଛନ୍ତି, “ଶାରିରୀକ ସମ୍ପର୍କ ମହିଳା ଓ ପୁରୁଷଙ୍କ ସହମତିରେ ହୋଇଥିଲା। ଏହି ଶାରିରୀକ ସମ୍ପର୍କ ଉଭୟ ପଞ୍ଜାବଓ ଦିଲ୍ଲୀରେ ଘଟିଥିଲା। ତେବେ ୨ ଲକ୍ଷ ଟଙ୍କା ଚୋରି ହେବା ପରେ ହିଁ ବ୍ୟକ୍ତି ଜଣଙ୍କ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିବା କୁହାଯାଉଛି। ଯେତେବେଳେ ବ୍ୟକ୍ତି ଜଣଙ୍କ ବଳପୂର୍ବକ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ, ସେତେବେଳେ ସିଏ ତାଙ୍କର ପତ୍ନୀ ଥିଲେ। ତେଣୁ ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯାଇ ନପାରେ।”



from Odisha Reporter https://ift.tt/3aBxiiw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages