ଯୋଗୀଙ୍କୁ ଭଲ ଲାଗୁନି ‘ଆଜାଦୀ’ ସ୍ଲୋଗାନ, ଦେଶଦ୍ରୋହ ମାମଲା ରୁଜୁର ଧମକ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 22, 2020

ଯୋଗୀଙ୍କୁ ଭଲ ଲାଗୁନି ‘ଆଜାଦୀ’ ସ୍ଲୋଗାନ, ଦେଶଦ୍ରୋହ ମାମଲା ରୁଜୁର ଧମକ ଦେଲେ

ଲକ୍ଷ୍ନୌ: ସମାଜରେ ଚାଲିଥିବା କୁତ୍ସିତ ପ୍ରଥା ଓ ପରମ୍ପରାରୁ ମୁକ୍ତି ପାଇବା ପାଇଁ ଅନେକ ସ୍ଥାନରେ ଆଜାଦୀ ସ୍ଲୋଗାନ ଦିଆଯାଉଛି। ବିବାଦୀୟ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନେ ମଧ୍ୟ ଆଜାଦୀ ସ୍ଲୋଗାନ ଦେଉଛନ୍ତି।

ହେଲେ ଆଜାଦୀ ସ୍ଲୋଗାନ ଶୁଣି ଚିଡ଼ି ଯାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ସିଏଏ ଆନ୍ଦୋଳନ ବେଳେ ଯଦି କେହି ଆଜାଦୀ ସ୍ଲୋଗାନ ଦେବ, ତା’ହେଲେ ଏହାକୁ ଦେଶଦ୍ରୋହ ଭାବେ ବିଚାର କରାଯିବ ବୋଲି ସେ ଧମକ ଦେଇଛନ୍ତି।

କାନପୁରରେ ବିଜେପି ପକ୍ଷରୁ ସିଏଏ ସପକ୍ଷରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଉଦବୋଧନ ଦେଇ ଯୋଗୀ କହିଛନ୍ତି, “ଯଦି କେହି ବିକ୍ଷୋଭ ନାଁରେ ଆଜାଦୀ ସ୍ଲୋଗାନ ଦିଏ, ତା’ହେଲେ ଏହାକୁ ଦେଶଦ୍ରୋହ ଭାବେ ବିଚାର କରାଯିବ। ସେହିପରି ସେମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ। ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ଭାରତ ମାଟିରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ।”

ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ମହିଳାମାନେ ସିଏଏ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ପୁଲିସ୍‌ର ଗୁଣ୍ଡାଗର୍ଦ୍ଦିର ସାମ୍ନା କରିବାକୁ ମଧ୍ୟ ପଡ଼ୁଛି। ଏହାକୁ ରାଜନୀତିକ ରଙ୍ଗ ଦେବା ପାଇଁ ମଧ୍ୟ ଯୋଗୀ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି, “କଂଗ୍ରେସ, ସମାଜବାଦୀ ପାର୍ଟି ଓ ବାମ ଦଳ ଗୁଡ଼ିକ ଏଭଳି ଏକ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି। ସେମାନେ ମହିଳାମାନଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନରେ ସାମିଲ ଥିବା ମହିଳାମାନେ ଆନ୍ଦୋଳନ କରୁଥିଲେ ହେଁ ସିଏଏର ମାନେ ବୁଝିନାହାନ୍ତି। ପୁରୁଷମାନେ ଘର ଭିତରେ କମ୍ବଳ ଘୋଡ଼ାଇ ଶୋଉଥିବା ବେଳେ ସେମାନେ ମହିଳାମାନଙ୍କୁ ରାସ୍ତା ଉପରେ ବିକ୍ଷୋଭ କରିବାକୁ ଚାଡ଼ୁଛନ୍ତି। ଏହା ଠାରୁ ଲଜ୍ଜାଜନକ କଥା କିଛି ହୋଇ ନପାରେ।”



from Odisha Reporter https://ift.tt/2uuAZpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages