ଆଜି କୋଲକାତାରେ ମୋଦି-ମମତା ଭେଟଘାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ଆଜି କୋଲକାତାରେ ମୋଦି-ମମତା ଭେଟଘାଟ

କୋଲକାତା: ରାଜନୀତିରେ ପରସ୍ପରର ବିରୋଧୀ ମୋଦି-ମମତା। ନିର୍ବାଚନ ମଇଦାନ ହେଉ କି ସଂସଦରେ ମୋଦି ସରକାରଙ୍କ ସମସ୍ତ ନୀତିକୁ ସମାଲୋଚନା କରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନୀ ରାଲି ହେଉ କି ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣାରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ଭୁଲନ୍ତି ନି।

ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନଆରସିକୁ ବିରୋଧ କରୁଥିବା ଦଳ ମାନେ ଏକାଠି ହୋଇ ଜାନୁଆରୀ ୧୩ରେ ବୈଠକ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏହି ବୈଠକ ଡ଼ାକିଛନ୍ତି। ହେଲେ ଏହି ବୈଠକରେ ମମତା ଯୋଗ ଦେବେନି ବୋଲି କହିଛନ୍ତି। ବାମପନ୍ଥୀ ଓ କଂଗ୍ରେସ ଡାର୍ଟି ପଲିଟିକ୍ସ କରୁଛନ୍ତି। ତେଣୁ ସେ ଏକୁଟିଆ ସିଏଏ ଓ ଏନଆରସି ବିରୋଧରେ ଲଢ଼େଇ କରିବେ ବୋଲି କହିଛନ୍ତି।

ହେଲେ ଯେଉଁ ବିଜେପିର ନେତା ତଥା ପ୍ରଧାନମନ୍ତ୍ରୀଙ୍କୁ କଟୂ ସମାଲୋଚନା କରନ୍ତି ମମତା ସେହି ନେତାଙ୍କ ସହ ଏବେ ଏକୁଟିଆ ଭେଟି ବୈଠକ କରିବାକୁ ଯାଉଛନ୍ତି। ଅପରାହ୍ନରେ ରାଜଭବନରେ ମୋଦି-ମମତା ଏକାଠି ଭେଟିବେ। ହେଲେ ଏହି ବୈଠକରେ କେଉଁ ପ୍ରସଙ୍ଗରେ ଦୁଇ ତୁଙ୍ଗ ନେତା ଆଲୋଚନା କରିବେ ତାହା ଜଣାପଡ଼ିନି। ଯାହାକି ଦେଶର ରାଜନୀତିକୁ ଜାଗ୍ରତ କରିଛି। ଏକଦା ପରସ୍ପରର ବିରୋଧୀ ଥିଲେ ଶିବସେନା ଏବଂ କଂଗ୍ରେସ। ହେଲେ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଯାଇ ଶିବସେନା-କଂଗ୍ରେସ ଏକାଠି ହୋଇ ସରକାର ଗଢ଼ିଛନ୍ତି। ଏବେ ମୋଦିଙ୍କ ସହ ମମତାଙ୍କର ଭେଟଘାଟ ପରେ ମମତା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବେ କି? ଏ ନେଇ ଅନେକ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ କୋଲକାତା ଆସୁଥିବାରୁ ଏହାକୁ ଦେଖି ସିଏଏ, ଏନଆରସିକୁ ପ୍ରସଙ୍ଗ କରି ବାମପନ୍ଥୀ, ଛାତ୍ରମାନେ ବିକ୍ଷୋଭ କରିବେ ବୋଲି ଜଣାପଡ଼ିଛି। ତେଣୁ ରାଜଭବନ ଓ ବିମାନ ବନ୍ଦର ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଆଜିଠୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହୋଇଛି। ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ସିଏଏକୁ ନିଜ ରାଜ୍ୟରେ ଲାଗୁ କରିବେନି ବୋଲି ପୂର୍ବରୁ ପଶ୍ଚିମବଙ୍ଗ, କେରଳ, କଂଗ୍ରେସ ଶାସିତ ରାଜ୍ୟ କହିସାରିଛନ୍ତି।



from Odisha Reporter https://ift.tt/2Td5QBu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages