ସ୍ୱାଭିମାନ ଅଞ୍ଚଳରେ ଜନ ଜାଗରଣ; ଲୋକଙ୍କ ପଥର ମାଡ଼ରେ ନକ୍ସଲ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ସ୍ୱାଭିମାନ ଅଞ୍ଚଳରେ ଜନ ଜାଗରଣ; ଲୋକଙ୍କ ପଥର ମାଡ଼ରେ ନକ୍ସଲ ମୃତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କୁ କଡ଼ା ବିରୋଧ କରାଯାଇଛି। ଗ୍ରାମବାସୀଙ୍କ ପଥର ମାଡ଼ରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଜଣେ ନକ୍ସଲ ଗୁରୁତର ଆହତ ହୋଇଛନ୍ତି।

ଗତକାଲି ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗାଁକୁ ନକ୍ସଲମାନେ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଗାଁ ଲୋକଙ୍କୁ କହିଥିଲେ। ହେଲେ ଗାଁଲୋକେ ନକ୍ସଲଙ୍କୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ନକ୍ସଲମାନେ ଗୁଳି ଚାଳନା କରିବାରୁ ଗାଁ ଲୋକେ ଟେକା ପଥର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ନକ୍ସଲଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ଉଭୟ ମୃତ ଓ ଗୁରୁତର ନକ୍ସଲଙ୍କୁ  ହାନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପରେ  ହସ୍ତାନ୍ତର କରିଛନ୍ତି।

କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା। ଯାହାକୁ ନକ୍ସଲମାନେ କଡ଼ା ବିରୋଧ କରିଥିଲେ। ସ୍ୱାଭିମାନ ଅଞ୍ଚଳରେ ଗାଁଲୋକ ନକ୍ସଲଙ୍କୁ ଆକ୍ରମଣ କରିବା ପ୍ରଥମ ଘଟଣା ଘଟିଛି।



from Odisha Reporter https://ift.tt/3aNy4c6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages