ବାବା ସାହେବ ଆମ୍ବେଦକରଙ୍କ ମୃତ୍ୟୁ ପଛରେ ଥିଲେ ତାଙ୍କ ଦ୍ୱିତୀୟ ପତ୍ନୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 26, 2020

ବାବା ସାହେବ ଆମ୍ବେଦକରଙ୍କ ମୃତ୍ୟୁ ପଛରେ ଥିଲେ ତାଙ୍କ ଦ୍ୱିତୀୟ ପତ୍ନୀ!

ବାବା ସାହେବ ଆମ୍ବେଦକର। ଭାରତୀୟ ସମ୍ବିଧାନର ପ୍ରଣେତା। ଜଣେ ସଫଳ ରାଜନେତା,  ଐତିହାସିକ, ଦାର୍ଶନିକ, ଏବଂ ବାଗ୍ମୀ ଭାବେ ମଧ୍ୟ ସେ ପରିଚିତ। ବାବା ସାହେବଙ୍କ ଜୀବନରେ ଏମିତି ଅନେକ ଘଟଣା ରହିଛି ଯାହା ଐତିହାସିକ ଏବଂ ଚର୍ଚ୍ଚିତ। ସେଥି ମଧ୍ୟରୁ ଗୋଟେ ଘଟଣା ହେଉଛି ତାଙ୍କ ଦ୍ୱିତୀୟ ବିବାହ। ସବିତା ଆମ୍ବେଦକରଙ୍କୁ ବାବା ସାହେବ ଦ୍ୱିତୀୟ ବିବାହ କରିଥିଲେ। ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। କାରଣ ବାବା ସାହେବ ଆମ୍ବେଦକର ଦଳିତ ପରିବାରରେ ଜନ୍ମ ହୋଇଥିଲେ। କିନ୍ତୁ ସବିତା ଆମ୍ବେଦକର ଜଣେ ବ୍ରାହ୍ମଣ ଥିଲେ। ବାବାସାହେବଙ୍କ ମୃତ୍ୟୁପରେ ଏମିତି ବି ଅଭିଯୋଗ ହୋଇଥିଲା ଯେ ତାଙ୍କ ମୃତ୍ୟୁ ପଛରେ କୁଆଡ଼େ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ହିଁ ହାତ ଅଛି। କଣ ଥିଲା ପୁରା ଘଟଣା ଆସନ୍ତୁ ଜାଣିବା।

  • ୨୭ ମେ’ ୧୯୩୫ରେ ବାବା ସାହେବଙ୍କ ପ୍ରଥମ ପତ୍ନୀ ରାମବାଇ ଭୀମରାଓ ଆମ୍ବେଦକରଙ୍କର ମୃତ୍ୟୁ ହୋଇଥିଲା।
  • ୧୯୪୭ ମସିହା ଆଖପାଖରେ ବାବାସାହେବ ଡାଇବେଟିସ୍‌ ଏବଂ ବ୍ଲଡ୍‌ ପ୍ରେସର ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗଭୀର ଭାବେ ବିଗିଡି ଯାଇଥିଲା। ମୁମ୍ବାଇର ଡାକ୍ତର ସବିତା ତାଙ୍କ ଚିକିତ୍ସା କରୁଥିଲେ। ସେ ମୁମ୍ବାଇର ମରାଠୀ ବ୍ରାହ୍ମଣ ପରିବାରର ଥିଲେ। ଯାହା କୁହାଯାଏ ଚିକିତ୍ସା କରିବା ସମୟରେ ତାଙ୍କର ଆମ୍ବେଦକରଙ୍କ ପ୍ରତି ଦୁର୍ବଳତା ଆସିଯାଇଥିଲା।
  • ଏହା ପରେ ବାବା ସାହେବ ସବିତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ୧୯୪୮ରେ ଦିଲ୍ଲୀ ସ୍ଥିତ ଆମ୍ବେଦକର ଆବାସରେ ଦୁହିଁଙ୍କର ବିବାହ ହୋଇଥିଲା। ସେତେବେଳେ ବାବାସାହେବଙ୍କ ବୟସ ୫୭ ବର୍ଷ ଥିବା ବେଳେ ସାବିତ୍ରୀ ଆମ୍ବେଦକରଙ୍କ ବୟସ ୪୫ ଥିଲା। ୧୯୫୬ରେ ଦୁହେଁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।
  • ବାବାସାହେବ ଦଳିତ ପରିବାରରେ ଜନ୍ମ ନେଇଥିଲେ । ତେଣୁ ଜଣେ ବ୍ରାହ୍ମଣ ଝିଅ ସହ ବିବାହକୁ ଉଭୟ ବ୍ରାହ୍ଣଣ ଏବଂ ଦଳିତ ବର୍ଗ ବିରୋଧ କରିଥିଲେ। ଆମ୍ବେଦକରଙ୍କ ପୁଅ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ବିବାହକୁ ବିରୋଧ କରିଥିଲେ।
  • ୬ ଡିସେମ୍ବର ୧୯୫୬ରେ ଆମ୍ବେଦକରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଆଉ ଏକ ବିବାଦ ଜୋର ଧରିଥିଲା। ଆମ୍ବେଦକରଙ୍କ ପରିବାର ଏବଂ ସମ୍ପର୍କୀୟ ତାଙ୍କ ମୃତ୍ୟୁ ପାଇଁ ସବିତା ଆମ୍ବେଦକରଙ୍କୁ ଦୋଷ ଦେବା ଆରମ୍ଭ କଲେ।
  • ସବିତା ଦେବୀ ଚକ୍ରାନ୍ତ କରି ବାବା ସାହେବଙ୍କୁ ମାରିଛନ୍ତି ବୋଲି ଲୋକମାନେ କହିବା ଆରମ୍ଭ କରିଦେଲେ।
  • ଆମ୍ବେଦକର ଓ ତାଙ୍କ ପ୍ରଥମ ପତ୍ନୀ ରାମବାଇଙ୍କ ପୁଅ ଯଶବନ୍ତ ଆମ୍ବେଦକର ଦିଲ୍ଲୀ ପୁଲିସ୍‌ ନିକଟରେ ତଦନ୍ତ ପାଇଁ ଆବେଦନ କରିଥିଲେ।
  • ୟା’ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଏହି ମାମଲାର ତଦନ୍ତ ପାଇଁ ଏକ ଚିଠି ଲେଖିବାକୁ ସାଂସଦମାନଙ୍କୁ ଅନୁରୋଧ କରାଯାଇଥିଲା। ଆମ୍ବେଦକରଙ୍କ ସମର୍ଥକମାନଙ୍କ ଏପରି ଅନୁରୋଧ ରକ୍ଷା କରି ସାଂସଦମାନେ ଚିଠି ଲେଖିଥିଲେ ଏବଂ ଜବାହରଲାଲ୍‌ ନେହେରୁ ଯାଞ୍ଚ କମିଟି କରି ତଦନ୍ତ କରିବା ପରେ ଜଣାପଡିଲା ଯେ ଆମ୍ବେଦକରଙ୍କ ମୃତ୍ୟୁ ସ୍ୱଭାବିକ ଥିଲା। ଏଥିରେ ସବିତା ଆମ୍ବେଦକରଙ୍କର କୌଣସି ଭୂମିକା ନଥିଲା।
  • ଆଜି ସେହି ଚର୍ଚ୍ଚିତ ବ୍ୟକ୍ତିତ୍ୱ ଆମ୍ବେକରଙ୍କ ଦ୍ୱିତୀୟ ପତ୍ନୀ ସବିତା ଆମ୍ବେଦରଙ୍କ ଜନ୍ମଦିନ। ୧୯୦୯ ମସିହା ଜାନୁଆରୀ ୨୭ ତାରିଖରେ ତାଙ୍କର ଜନ୍ମ ହୋଇଥିଲା।


from Odisha Reporter https://ift.tt/2RUZRyG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages