‘ତାନାଜୀ’କୁ ନେଇ ସୈଫ୍‌ଙ୍କ ବିସ୍ଫୋରକ ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

‘ତାନାଜୀ’କୁ ନେଇ ସୈଫ୍‌ଙ୍କ ବିସ୍ଫୋରକ ବୟାନ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଖୁବ୍ ଭଲ ପ୍ରଦର୍ଶନ କରିଛି ଅଜୟ ଦେବ୍‌ଗନ୍‌, କାଜୋଲ ଓ ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର୍’।  ଫିଲ୍ମଟି ପାଖାପାଖି ୧୭୫ କୋଟି ଟଙ୍କା ଆୟ କରିସାରିଲାଣି। ଫିଲ୍ମଟି ଜଣେ ମରାଠା ଯୋଦ୍ଧାଙ୍କର ବୀରତ୍ୱର କାହାଣୀକୁ ନେଇ ହୋଇଥିବାରୁ ଏହାକୁ ସାରା ଦେଶରେ ଟ୍ୟାକ୍ସ ଫ୍ରି କରିବାକୁ ଲୋକେ ଦାବି କରୁଥିବାବେଳେ ସୈଫଙ୍କ ବୟାନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ ଏହି ଫିଲ୍ମରେ କିଛି ଇତିହାସ ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଏଥିରେ ଇତିହାସକୁ ବଦଳା ଯାଇଛି। ତଥ୍ୟରେ ପରିବର୍ତ୍ତନ କରାଯାଇଛି। ସିନେ କ୍ରିଟିକ୍ ଅନୁପମା ଚୋପ୍ରାଙ୍କୁ ଦେଇଥିବା ସାକ୍ଷାତକାରରେ ସୈଫ୍ ଏ କଥା କହିଛନ୍ତି।

 

ସେ କହିଛନ୍ତି, ରାଜନୀତିକ ଦୃଷ୍ଟିକୋଣରୁ ତଥ୍ୟରେ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ। ତେବେ ଏହା ସତ୍ତ୍ୱେ ସେ ଏହି ଫିଲ୍ମ କରିଛନ୍ତି। କାରଣ ଏଥିରେ ତାଙ୍କୁ ତାଙ୍କ ଚରିତ୍ର ବେଶ୍ ଭଲ ଲାଗିଥିଲା।

ସୈଫ୍‌ ଆହୁରି କହିଛନ୍ତି, “କୌଣସି କାରଣରୁ ମୁଁ ଏହା ବିରୋଧରେ ଯାଇପାରିଲି ନାହିଁ। ବୋଧହୁଏ ଆଗକୁ ଏଭଳି କରିପାରିବି। ଲୋକମାନେ ଭାବୁଛନ୍ତି ଯେ ଏଥିରେ ଇତିହାସ ରହିଛି। କିନ୍ତୁ ବାସ୍ତବରେ ତାହା ସତ ନୁହେଁ। କାରଣ ଇତିହାସ ବିଷୟରେ ମୁଁ ବହୁତ ଭଲଭାବେ ଜାଣେ। ଏହି ଫିଲ୍ମରେ କୌଣସି ଐତିହାସିକ ତଥ୍ୟ ନାହିଁ। ଏହାକୁ ନେଇ ଆମେ କୌଣସି ତର୍କ କରିପାରିବୁ ନାହିଁ।”

ସୈଫ୍‌ଙ୍କର ଏତେ ବଡ଼ ଖୁସଲାସା ପରେ ଫିଲ୍ମର କଲେକ୍ସନ୍‌ରେ ଫରକ୍‌ ପଡ଼ିପାରେ। ତେବେ ଏ ପର୍ଯ୍ୟନ୍ତ ତାଙ୍କ ବୟାନ୍‌ ନେଇ ଫିଲ୍ମ ନିର୍ମାତା କି ଅନ୍ୟ କୌଣସି ଟିମ୍‌ ମେମ୍ବରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏଥିସହ ସୈଫ ଦେଶର ବର୍ତ୍ତମାନର ପରିସ୍ଥିତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାରତ ବିଭାଜନ ପରେ ମୋର କିଛି ସମ୍ପର୍କୀୟ ପାକିସ୍ତାନ ଚାଲିଯାଇଥିଲେ। ସେମାନେ ଭାବିଥିଲେ ଯେ ଆଗକୁ ଭାରତ ଏକ ଧର୍ମନିରପକ୍ଷ ଦେଶ ହୋଇ ରହି ନପାରେ। ସେହିଭଳି ଆଉ କିଛି ଏଇଠି ରହିଗଲେ। ସେମାନେ ଭାବିଥିଲେ ଯେ ଭାରତ ସବୁଦିନେ ଧର୍ମନିରପେକ୍ଷ  ହୋଇରହିବ। ବର୍ତ୍ତମାନ ଦେଶରେ ଯାହା ଚାଲିଛି, ତାକୁ ଦେଖିଲେ ଲାଗୁଛି ଭବିଷ୍ୟତରେ ଏହା ଆଉ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହି ନପାରେ।”

ସୂଚନାଯୋଗ୍ୟ, ‘ତାନାଜୀ: ଦନସଙ୍ଗ ୱାରିୟର’ ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। ସେ ଛତ୍ରପତି ଶିବାଜୀ ମହାରାଜଙ୍କ ସେନାବାହିନୀରେ ଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ସେ ଅନେକ ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ବିଶେଷ କରି ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ତାଙ୍କୁ ସ୍ମରଣ କରାଯାଏ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ। ଫିଲ୍ମରେ ଅଜୟ ଦେବ୍‌ଗନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।



from Odisha Reporter https://ift.tt/2NOhjnA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages