ମୋଦି ସରକାରଙ୍କ କ୍ରୀଡ଼ା କମିଟିରୁ ହଟିଲେ ସଚିନ ଏବଂ ବିଶ୍ୱନାଥ ଆନନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 20, 2020

ମୋଦି ସରକାରଙ୍କ କ୍ରୀଡ଼ା କମିଟିରୁ ହଟିଲେ ସଚିନ ଏବଂ ବିଶ୍ୱନାଥ ଆନନ୍ଦ

ନୂଆଦିଲ୍ଲୀ: କିମ୍ୱଦନ୍ତୀ କ୍ରିକେଟର ସଚିନ ରମେଶ ତେନ୍ଦୁଲକର ଏବଂ ଚେସର ବାଦଶାହ କୁହାଯାଉଥିବା ବିଶ୍ୱନାଥ ଆନନ୍ଦଙ୍କୁ କେନ୍ଦ୍ରର ମୋଦି ସରକାର କ୍ରୀଡା କମିଟିରୁ ବାଦ୍ ଦେଇଛନ୍ତି। ଡିସେମ୍ୱର ୨୦୧୫ରେ ମୋଦି ସରକାର ଅଲ୍ ଇଣ୍ଡିଆ କାଉନସିଲ ଅଫ୍ ସ୍ପୋର୍ଟସ ଗଠନ କରିଥିଲେ। ଏଥିରେ ଏହି ଦୁଇ ମହାନ ଖେଳାଳିଙ୍କୁ ସରକାର ସାମିଲ୍ କରିଥିଲେ। ଦେଶରେ କ୍ରୀଡ଼ାର ବିକାଶ ପାଇଁ ଏହି କମିଟି ଗଠନ କରାଯାଇଥିଲା।

ନୂଆ ସଦସ୍ୟ ଭାବରେ କ୍ରିକେଟର ହରଭଜନ ସିଂହ, କେ.ଶ୍ରୀକାନ୍ତ, ପିଟି ଉଷା, ବଛେନ୍ଦ୍ରୀ ପାଲ, ପାର ଅଲିମ୍ପିକ ଦୀପା ମଲିକ, ଶୁଟର ଅଞ୍ଜଳି ଭାଗବତ, ରେନେଡି ସିଂହ ଏବଂ ଯୋଗେଶ୍ୱର ଦତ୍ତଙ୍କୁ ସ୍ଥାନ ମିଳିଛି। ପୂର୍ବତନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତଥା ବର୍ତ୍ତମାନର ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଡିସେମ୍ୱର ୨୦୧୫ରେ ଏହି କମିଟି ଗଠନ କରିଥିଲେ। ଡିସେମ୍ୱର ୨୦୧୫ରୁ ମେ ୨୦୧୯ ମଧ୍ୟରେ କମିଟିର ପ୍ରଥମ କାର୍ଯ୍ୟାଳୟରେ ସଚିନ ତେନ୍ଦୁଲକରଙ୍କୁ ରାଜ୍ୟସଭା ସାଂସଦ ଏବଂ ଆନନ୍ଦଙ୍କୁ ଜଣେ ଖେଳାଳି ଭାବରେ ସାମିଲ୍ କରାଯାଇଥିଲା।

ଏବେ କ୍ରୀଡ଼ା ସମିତିର ସଦସ୍ୟ ସଂଖ୍ୟା ୨୭ରୁ କମି ୧୮ ହୋଇଛି। ସଚିନ ଏବଂ ଆନନ୍ଦଙ୍କ ବ୍ୟତୀତ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପିଚାନ୍ଦ ଏବଂ ପୂର୍ବତନ ଫୁଟବଲ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ମଧ୍ୟ ଏହି କମିଟିରୁ ବାଦ୍ ପଡ଼ିଛନ୍ତି।

ସଚିନ ଏବଂ ବିଶ୍ୱନାଥ ଆନନ୍ଦ ଉଭୟ କମିଟିର ବୈଠକକୁ ଆସୁନଥିଲେ। ତେଣୁ ସରକାର ତାଙ୍କୁ କମିଟିରୁ ବାଦ ଦେଇଛନ୍ତି। ସେହିପରି ଗୋପୀଚାନ୍ଦଙ୍କୁ ବାଦ୍ ଦେବାର କାରଣ ତାଙ୍କର ବ୍ୟବସାୟ ବୋଲି କୁହାଯାଉଛି। ଗୋପୀଚାନ୍ଦ ଏବେ ଟୋକିଓରେ ହେବାକୁ ଥବା ଅଲିମ୍ପିକ୍ସ ପାଇଁ ବ୍ୟସ୍ତ ରହିଛନ୍ତି। ତେଣୁ ତାଙ୍କୁ କମିଟିରୁ ବାଦ୍ ଦିଆଯାଇଛି।



from Odisha Reporter https://ift.tt/2ttagtD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages