ଓଁକାରଙ୍କ ଇଭିଏମ୍‌ ହଟାଓ ଅଭିଯାନ, ଚାଲି ଚାଲି ଅତିକ୍ରମ କଲେଣି ଅଧା ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 13, 2020

ଓଁକାରଙ୍କ ଇଭିଏମ୍‌ ହଟାଓ ଅଭିଯାନ, ଚାଲି ଚାଲି ଅତିକ୍ରମ କଲେଣି ଅଧା ଦେଶ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଅଭିନବ ପ୍ରୟାସ। ଏଥିନିମନ୍ତେ ପାଦରେ ଚାଲି ଚାଲି ଭାରତ ଭ୍ରମଣ କରୁଛନ୍ତି ଉତ୍ତରାଖଣ୍ଡର ଜଣେ ବ୍ୟକ୍ତି । ଉତ୍ତରାଖଣ୍ଡର ଓଁକାର ଧିଲନ୍ ନାମକ ବ୍ୟକ୍ତି ଚାଲି ଚାଲି ୪, ୫୦୦ କି.ମି ଅତିକ୍ରମ କରି  ଆଜି ସକାଳୁ ବ୍ରହ୍ମପୁରରେ ପହଞ୍ଚିଥିଲେ।  ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ହେଲେ ଇଭିଏମ୍ ମେସିନ୍ ବ୍ୟବହାର ବନ୍ଦ ହେବା ଉଚିତ। ‘ଇଭିଏମ୍‌ ହଟାଓ, ଦେଶ ବଚାଓ’  ସ୍ଲୋଗାନ ଦେଇ ଲୋକଙ୍କ ମଧ୍ୟରେ ଏଥିନିମନ୍ତେ ସଚେତନତା ସୃଷ୍ଟି କରିବାକୁ ସେ ଆରମ୍ଭ କରି ଦେଇଛନ୍ତି ପ୍ରୟାସ ।

ଓଁକାର ଗତ ଅଗଷ୍ଟରୁ ଚାଲି ଚାଲି ଭାରତ ଭ୍ରମଣରେ ବାହାରିଛନ୍ତି । ଦୈନିକ ପ୍ରାୟ ୩୦/୪୦ କିଲୋମିଟର ଚାଲୁଥିବା ଓଁକାର ଆସନ୍ତା ଏପ୍ରିଲ୍‌ ସୁଦ୍ଧା ଦିଲ୍ଲୀରେ ପହଞ୍ଚି ନିଜ ଯାତ୍ରା ଶେଷ କରିବେ ବୋଲି ଆଶା ରଖିଛନ୍ତି। ଏ ପର୍ଯ୍ୟନ୍ତ ସେ ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାନା, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ସାରିଛନ୍ତି।

ଇଭିଏମ୍‌ ଦ୍ୱାରା ନିର୍ବାଚିତ ହେଉଥିବା ସରକାର ଦେଶରେ ଲୋକଙ୍କ ଭଲ କରିପାରିବେ ନାହିଁ। ତେଣୁ ଇଭିଏମ୍‌ ବଦଳରେ ବାଲାଟରେ ଭୋଟ ହେବା ଦରକାର ବୋଲି ମତ ରଖିଛନ୍ତି ଓଁକାର। ସେ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ୱେବ ସାଇଟରେ ବହୁ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଦିଆଯାଇ ନାହିଁ। ଯେଉଁଠାରେ ବି ନିର୍ବାଚନ ହେଉଛି, ବିଭିନ୍ନ ପାର୍ଟି ଭୋଟ ଗୋଟିଏ ନିର୍ଦ୍ଦିଷ୍ଟ ପାର୍ଟିକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ସେ । ଏଥିରେ ଅତିଷ୍ଠ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ।

ଆଜି ସକାଳୁ ସକାଳୁ ବ୍ରହ୍ମପୁରରେ ପହଞ୍ଚିଥିବା ଓଁକାର ଆହୁରି ୨,୦୦୦ରୁ ଅଧିକ କିଲୋମିଟର ଚାଲିବାର ଲକ୍ଷ୍ୟ ରଖିଛନ୍ତି। ବ୍ରହ୍ମପୁର ଜାତୀୟ ରାଜପଥରେ  ପହଞ୍ଚିବା ପରେ ଏଠାକାର ସ୍ଥାନୀୟ ଲୋକେ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଏପରିକି କିଛି ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ଓଁକାରଙ୍କ ଏହି ବିଚାରଧାରାକୁ ମଧ୍ୟ ସେମାନେ ସାଧୁବାଦ ଜଣାଇଥିଲେ ।

ବ୍ରହ୍ମପୁରରୁ ସେ ଭୁବନେଶ୍ୱର ଯିବେ। ସେଠାରୁ ଝାଡ଼ଖଣ୍ଡ, କୋଲକାତା ହୋଇ ବିହାର ଯିବେ। ଏହାପରେ ଦିଲ୍ଲୀ ରାଜଘାଟ ଯାଇ ନିଜ ପଦଯାତ୍ରା ଶେଷ କରିବେ ।  ନିଜେ ଚାଲିବା ସହ ଏକ ଟ୍ରଲିକୁ  ସେ ଟାଣି ଟାଣି ନେଉଛନ୍ତି ଓଁକାର। ସେଥିରେ ଜାତୀୟ ପତାକା ଲାଗିଉ। ଟ୍ରଲି ଭିତରେ  ସେ ତାଙ୍କର ଅତ୍ୟାବଶ୍ୟକ ଜିନିଷ ରଖିଛନ୍ତି।



from Odisha Reporter https://ift.tt/2tXvHCA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages